ଭୁବନେଶ୍ଵର: ଆସନ୍ତା ୩୦ ତାରିଖରେ ହେବାକୁ ଥିବା ସ୍ଵତନ୍ତ୍ର ବିଧାନସଭା ଅଧିବେଶନକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର । ମହିଳା ବିଲ ଓ ସୀମା ପୁନ ନିର୍ଦ୍ଧାରଣ ବିଲ ପାଇଁ ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା। ବିଲ୍ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ୍ ଆଣିଲେ। ବିଲ୍ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ୍ ଆଣିଲେ। ବିଲ୍ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା । ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅରୁଣ । ଆସନ୍ତା ୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ ବୋଲି କହିଛନ୍ତି ଅରୁଣ । ତେବେ ଏହି ସ୍ଵତନ୍ତ୍ର ଅଧିବେଶନରେ ମହିଳା ବିଲ ଆଲୋଚନା ହେବ ବୋଲି ଶୁଣିବାକୁ ମିଳୁଛି।
‘


