Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା
ଆଜିର ଖବର

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଧରାକୋଟ: ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି । ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି l ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ। ପ୍ରକାଶ ଥାଉକି ସିମାଞ୍ଚଳଙ୍କ ଚାରି ଝିଅ ଥିବା ବେଳେ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ନମିତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଦ୍ଵିତୀୟ ସ୍ତ୍ରୀଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିଲା। ପୂର୍ବରୁ ଚାରି ଝିଅ ବିବାହ କରିସାରିଥିବା ବେଳେ ପୁଅ ହାଇଦ୍ରାବାଦରେ କାମ କରୁଥିଲା। କିନ୍ତୁ ଗତ ଛଅ ମାସ ତଳେ ପୁଅର ହୃଦଘାତରେ ହାଇଦ୍ରାବାଦରେ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅର ମୃତ୍ୟୁ ପରେ ସିମାଞ୍ଚଳ ଏବଂ ନମିତା ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସାନ ଝିଅର ବିବାହ ହୋଇନଥିବାରୁ ତାର ବିବାହକୁ ଅପେକ୍ଷା କରି ବୃଦ୍ଧ ଦମ୍ପତ୍ତି କିଛି ଚରମ ପଦକ୍ଷେପ ନେବେ ବୋଲି ଅପେକ୍ଷା କରି ରହିଥିଲେ। ଗତ ୨୧ ତାରିଖରେ ସାନ ଝିଅର ବାହାଘର ସିଙ୍ଗିପୁର ଗ୍ରାମରେ ହୋଇଥିଲା।

ଗତକାଲି ସାନ ଝିଅର ମାଛ ଶାଗ କାର୍ଯ୍ୟକ୍ରମ ଥିବାରୁ ସମସ୍ତ ପରିବାର ତାଙ୍କ ଘରକୁ ଯାଇଥିଲେ ଓ ପରେ ସମସ୍ତେ ଯିଏ ଯାହା ଘରକୁ ଫେରି ଯାଇଥିଲେ। କିନ୍ତୁ ଦୁଇ ଝିଅ ନିଜ ଗାଁ ରେ ରହୁଥିଲେ। ସେଥି ମଧ୍ୟରୁ ଗୋଟିଏ ଝିଅ କୌଣସି କାମରେ ବାପା ଘରକୁ ଆସି ଦେଖିଲା ବେଳକୁ ପିତା ମାତା ଦୁହେଁ ପ୍ଲାଷ୍ଟିକ ଦଉଡ଼ିରେ ଉପର ଘରେ ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଡାକି ଉଭୟଙ୍କୁ ତଳକୁ ଓହ୍ଲାଇ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆସ୍କା ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ଝିଅ ଜ୍ୱାଇଁ ଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

suicide
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026

ବାଧା ଦେବ କି ବର୍ଷା?: ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ର ପାଣିପାଗ ସ୍ଥିତି

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026
Latest News

ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ଵସ୍ତି: ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଉଠାଇପାରିବେ ଟଙ୍କା

July 9, 2026

ବାଧା ଦେବ କି ବର୍ଷା?: ଜାଣନ୍ତୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ର ପାଣିପାଗ ସ୍ଥିତି

July 9, 2026

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.