ପୁରୀ : ପୁଣିଥରେ ସେବାୟତ ବିବାଦ ଯୋଗୁଁ ମହାପ୍ରଭୁଙ୍କ ନୀତିରେ ଘଟିଲା ବିଭ୍ରାଟ । ଦୁଇ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ। ଠାକୁରଙ୍କ ଚାପ ଖେଳ ହୋଇ ନ ପାରିବାରୁ ବିଳମ୍ବିତ ରାତି ଯାଏଁ ଅପେକ୍ଷା କରିଥିବା ଭକ୍ତମାନେ ନିରାଶ ହୋଇଥିଲେ। ଠାକୁର ମଧ୍ୟ ରାତି ୧୨ଟା ୩୫ ପରେ ମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। କାଳ ବୈଶାଖୀ ଯୋଗୁଁ ଦିନ ଚାପ ହୋଇପାରିନଥିଲା ଆଉ ସେବାୟତଙ୍କ ବିବାଦ ଯୋଗୁଁ ରାତ୍ରି ଚାପ ମଧ୍ୟ ହୋଇପାରିଲାନି । ତେବେ ନିଜ ଜିଦ୍ ଯୋଗୁଁ ମହାପ୍ରଭୁଙ୍କ ନୀତି ଅଟକାଇ ଦେଇଥିବାରୁ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆସନ୍ତାକାଲି ବୈଠକ କରିବେ ବୋଲି କହିଛନ୍ତି।


