ନୟାଗଡ: ନୟାଗଡ ଜିଲ୍ଲା ଜାମୁକୋଣ ପାହାଡ଼ରେ ଥିବା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ବଡ ଧରଣର ଲୁଟ ହୋଇଛି। ମା’ ବୈଷ୍ଣୋଦେବୀଙ୍କ ସୁନା ଅଳଙ୍କାରକୁ ଲୁଟେରା ଲୁଟି ନେଇଛନ୍ତି। ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ୪୦ ଲକ୍ଷ ହେବା ବୋଲି ଅନୁମାନ କରାଯାଉଛି। ପ୍ରବଳ ପବନ ଏବଂ ବର୍ଷା ପ୍ରଭାବରୁ ଲାଇନ ନଥିବାର ସୁଯୋଗ ନେଇ କଳା କନା ବୁଲାଇଛନ୍ତି ଚୋର।


