Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେହ୍‌ଲୁ ଖାନ୍‌ ହତ୍ୟା ମାମଲା : ତିନି ଜଣିଆ ଏସ୍‌ଆଇଟି ଟିମ୍‌ ଗଠନର ନିର୍ଦ୍ଦେଶ ଦେଲେ ରାଜସ୍ଥାନ ସରକାର
ଆଜିର ଖବର

ପେହ୍‌ଲୁ ଖାନ୍‌ ହତ୍ୟା ମାମଲା : ତିନି ଜଣିଆ ଏସ୍‌ଆଇଟି ଟିମ୍‌ ଗଠନର ନିର୍ଦ୍ଦେଶ ଦେଲେ ରାଜସ୍ଥାନ ସରକାର

August 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପେହ୍‌ଲୁ ଖାନ୍‌ ଗଣହତ୍ୟା ମାମଲାରେ 6 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜସ୍ଥାନ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସମାଲୋଚନା ପରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ତିନି ଜଣିଆ ଏସ୍‌ଆଇଟି ଟିମ୍‌ ଗଠନର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଲଓ୍ବାର କୋର୍ଟ ପେହଲୁ ଖାନ୍‌ ଗଣ ହତ୍ୟା ମାମଲାର ତଦନ୍ତରେ ଅନେକ ଭୁଲ୍‌ ରହିଥିବାର ଦର୍ଶାଇଥିଲେ । ଏହାପରେ ପୂର୍ବତନ ପୋଲିସ୍‌ ଅଧିକାରୀଙ୍କୁ ନେଇ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ଡିଆଇଜି ନୀତିନ ଦୀପ୍‌ ବ୍ଲାଗାନ୍‌, ଏସ୍‌ପି ସମୀର କୁମାର ସିଂ ଏବଂ ସହକାରୀ ଏସ୍‌ପି ସମୀର କୁମାର ଦୁବେଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । 15 ଦିନ ମଧ୍ୟରେ ଏହି କମିଟି ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିବ । ରାଜସ୍ଥାନରେ ଗଣହତ୍ୟା ନିମନ୍ତେ କୌଣସି ସ୍ଥାନ ନାହିଁ ବୋଲି କମିଟି ଗଠନ ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ।

Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026
Latest News

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026

ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ଆସୁଛି ନୂଆ ଫୋଲ୍ଡିଂ ରାମ୍ପ ବ୍ୟବସ୍ଥା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.