ଆଠଗଡ : ଘରୋଇ କଳିକୁ ନେଇ ଶିଳପୁଆରେ ଛେଚି ବାପାକୁ ମାରିଲା ପୁଅ । ଜାଗିଆପଡା ହରିଜନ ସାହିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ ।
ଆଜିର ସମୟରେ ଅପରାଧ ଏତେ ଚରମ ସୀମାରେ ପହଞ୍ଚିଛି, ତାହା ଆଉ କୌଣସି ସମ୍ପର୍କର ଭାବାବେଗକୁ ମଧ୍ୟ ପ୍ରଭାବିତ କରିପାରୁନହିଁ । ନିକଟରେ ପ୍ରେମ ସମ୍ପର୍କ ଓ ପଇସା ପାଇଁ ଝିଆରୀ ଓ ପୁତୁରା ନିଜ ଦାଦାକୁ ଜୀବନରୁ ମାରି ଦେଇଛନ୍ତି ।


