Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

May 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ
ଡିଏଭି ପୋଖରୀପୁଟର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ଡିଏଭି ପୋଖରୀପୁଟରେ ୩୫ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍‌ ଟୁ ଫ୍ୟୁଚର ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ପ୍ରାତଃ କାଳରେ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟଅତିଥି ରୂପେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ମଦନ ମୋହନ ପଣ୍ଡା ସ୍ଵାଗତ ପରିଚୟ ପ୍ରଦାନ କରି ବିଦ୍ୟାଳୟର ଗୌରବ ଅକ୍ଷୁଣ୍ଣ ରଖିବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟଅତିଥି ନିଜର ଅଭିଭାଷଣରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ମନନଶୀଳ ହୋଇ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ଉପରେ ଗୁରୁତ୍ତ୍ଵଦେଲେ ଦେଶର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ଡିଏଭି ଶିକ୍ଷାନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ନିରନ୍ତର ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ ଶୁଭେଚ୍ଛା ଦେବା ସ‌ହିତ ଶିକ୍ଷାର୍ଥୀମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଶିକ୍ଷକମାନେ ପ୍ରଯତ୍ନଶୀଳ ହେବା ଦିଗରେ ଅଧିକ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତିଷ୍ଠା ଉତ୍ସବ ଅବସରରେ ପୂର୍ବରୁ ଜୁନିଅର ରେଡକ୍ରସ୍ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୩୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବିବିଧ କ୍ଷେତ୍ରରେ ପ୍ରତିଭାଧାରୀ ବିଦ୍ୟାର୍ଥୀ, ଅଭିଭାବକ ତ‌ଥା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଞ୍ଚାସୀନ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ବିଦ୍ୟାଳୟର ମୁଖପତ୍ର ‘ପ୍ରେରଣା’ ଉନ୍ମୋଚିତ ହେବା ସହିତ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ସାମୂହିକ ସଙ୍ଗୀତ ଏବଂ ଉତ୍କଳୀୟ ସଂସ୍କୃତି ଆଧାରିତ ନୃତ୍ୟାଭିନୟ ସିଭିଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା। ଏଥିରେ କଟକ ଓ ଭୁବନେଶ୍ଵର ଡିଏଭି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଅଧ୍ୟକ୍ଷା, ଶିକ୍ଷୟିତ୍ରୀ-ଶିକ୍ଷକ ତ‌ଥା ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅଭ୍ୟାଗତ ଅତିଥିଙ୍କୁ କୃତଜ୍ଞତା ଜଣାଇବା ସହ ଉତ୍ସବର ସଫଳତା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡିଏଭି ପୋଖରୀପୁଟ ପ୍ରତିଷ୍ଠା ଦିବସ ପାଳିତ
Share. Facebook Twitter LinkedIn Email WhatsApp Copy Link

Related Posts

ବଢୁଥିବା ତାପମାତ୍ରା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଉଚ୍ଚ ସତର୍କତା ଜାରି

May 23, 2026

କୋଲକାତାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭାଙ୍ଗିଲା ମମତା ବାନାର୍ଜୀଙ୍କ ଦ୍ୱାରା ଡିଜାଇନ୍ ଫୁଟବଲ୍ ପ୍ରତିମା

May 23, 2026

ଆଉ ଗୋଟିଏ ସ୍ଥାନ ପାଇଁ ଚାରିଟି ଦଳ ମଧ୍ୟରେ ଲଢ଼େଇ: ଜାଣନ୍ତୁ ପ୍ଲେଅଫ୍ ସମୀକରଣ

May 23, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ମାମଲା: ସ୍ପଷ୍ଟୀକରଣ ଜାରି କଲେ କଂଗ୍ରେସ ନେତା

May 23, 2026
Latest News

ଭାରତକୁ ଟ୍ରମ୍ଫ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି!’: ଆମେରିକା ବୈଦେଶିକ ମନ୍ତ୍ରୀ

May 23, 2026

ବଢୁଥିବା ତାପମାତ୍ରା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଉଚ୍ଚ ସତର୍କତା ଜାରି

May 23, 2026

କୋଲକାତାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭାଙ୍ଗିଲା ମମତା ବାନାର୍ଜୀଙ୍କ ଦ୍ୱାରା ଡିଜାଇନ୍ ଫୁଟବଲ୍ ପ୍ରତିମା

May 23, 2026

ଆଉ ଗୋଟିଏ ସ୍ଥାନ ପାଇଁ ଚାରିଟି ଦଳ ମଧ୍ୟରେ ଲଢ଼େଇ: ଜାଣନ୍ତୁ ପ୍ଲେଅଫ୍ ସମୀକରଣ

May 23, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଅଶ୍ଳୀଳ ମନ୍ତବ୍ୟ ମାମଲା: ସ୍ପଷ୍ଟୀକରଣ ଜାରି କଲେ କଂଗ୍ରେସ ନେତା

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.