ପିପିଲି : ପିପିଲି କଣାସ ଗୋଲା ବଜାରରେ ବର୍ବରତା ସୀମା ଟପି ଯାଇଛି । ଯୁବକଙ୍କୁ ଗୋଡାଇ ଗୋଡାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ । ପନିକିରେ ହାଣିବା ସହ ବାଇକ ଚଢାଇ ଦେଇଛନ୍ତି ଦୁର୍ବୃତ୍ତ । ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ଯୁବକକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ରାଜ୍ୟରେ ଅପରାଧର ମାତ୍ରା ବଢି ଚାଲିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷୁଡି ପଡିଥିବାର ଦେଖାଯାଉଛି । ରାଜ୍ୟ ସରକାର ଅପରାଧ ଓ ଅପରାଧୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।


