କଣ୍ଟାବାଞ୍ଜି : ମୁରିବାହାଲ ଥାନା ଅଧୀନସ୍ଥ ଗୋଇମୁଣ୍ଡ ପଞ୍ଚାୟତ ଚିତ୍ରାମୁଣ୍ଡା ଗ୍ରାମରୁ ଏକ ଅଭାବନୀୟଘଟଣା ସାମ୍ନାକୁ ଆସିଛି। ଏକ ପରିତ୍ୟକ୍ତ କୂଅରୁ ମହିଳା ଙ୍କ ମୃତଦେହ ଠାବ କରାଯାଇଛି । ହତ୍ୟା ପରେ କେହି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି ଚିତ୍ରାମୁଣ୍ଡା ଗ୍ରାମର ୪୦ ବର୍ଷୀୟ ଜାନକୀ ସାହୁ । ତେବେ ଘଟଣା ଟି ଏବେ ବି ଅସ୍ପଷ୍ଟ ରହିଛି । ପୁଲିସ ଏବେ ଘଟଣାର ଖୋଳତାଡ କରୁଛି।


