Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବକ୍ସ ଅଫିସରେ ‘ମନ୍ତ୍ରମୁଗ୍ଧ’ର ଦମଦାର ଏଣ୍ଟ୍ରି: ପ୍ରଥମ ଦିନରେ ଆୟ କଲା ୨୧.୫୧ ଲକ୍ଷ
ଆଜିର ଖବର

ବକ୍ସ ଅଫିସରେ ‘ମନ୍ତ୍ରମୁଗ୍ଧ’ର ଦମଦାର ଏଣ୍ଟ୍ରି: ପ୍ରଥମ ଦିନରେ ଆୟ କଲା ୨୧.୫୧ ଲକ୍ଷ

May 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ମନ୍ତ୍ରମୁଗ୍ଧ'
ଅନୁପମ ପଟ୍ଟନାୟକଙ୍କ ‘ମନ୍ତ୍ର ମୁଗ୍ଧ’ର ଧମାକା: ୧୫ ଦିନରେ ୩ କୋଟିରୁ ଅଧିକ କଲେକ୍ସନ

ଭୁବନେଶ୍ଵର: ଓଲିଉଡର ପ୍ରଥମ ସମ୍ପୂର୍ଣ୍ଣ ହରର୍ – କମେଡି ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ଯାହା ଆପଣଙ୍କ ମନରେ ଭରିବ ଭୟ ଓ ହାସ୍ୟରସର ଏକ ମିଶ୍ରଣ, ବକ୍ସ ଅଫିସରେ ନିଜର ଏକ ଦମଦାର ଆରମ୍ଭ କରିଛି। ମେ’ ୧ ତାରିଖରେ ସମଗ୍ର ଓଡ଼ିଶାରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ଦର୍ଶକଙ୍କ ମନ ଜିଣିବା ସହ ନିଜ ରିଲିଜ୍‌ର ପ୍ରଥମ ଦିନରେ ହିଁ ୨୧.୫୧ ଲକ୍ଷ ଟଙ୍କା ଆୟ କରିଛି। ଏହି ବିପୁଳ ଆୟକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ “ଧମାକାଦାର ଓପନିଂ” ବୋଲି ସିନେ ସମୀକ୍ଷକ କହିଛନ୍ତି, ଯାହାକି ଫିଲ୍ମ ପ୍ରତି ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟାକୁ ଦର୍ଶାଉଛି।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରାଜ୍ୟ ତଥା ସାରା ଦେଶରେ ୭୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। କେବଳ ଓଡ଼ିଶା ନୁହେଁ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ପରି ସହରରେ ମଧ୍ୟ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇ ଓଡ଼ିଆ ସିନେମାର ପରିସରକୁ ବୃଦ୍ଧି କରାଯାଇଛି।

ଅମିୟ ପଟ୍ଟନାୟକ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସାର୍ଥକ, ସନୋଜ, ମନ୍ମୟ, ଦୀପନ୍ବିତ, ଭୂମିକା ଏବଂ ସୂର୍ଯ୍ୟମୟୀଙ୍କ ଭଳି ଯୁବ ଓ ପ୍ରତିଭାବାନ କଳାକାରମାନେ ଅଭିନୟ କରିଛନ୍ତି। ରିଲିଜ୍ ପୂର୍ବରୁ ହିଁ ଦର୍ଶକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ୟୁଟ୍ୟୁବରେ ଏହାର ଟ୍ରେଲରକୁ ୧୦ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବା ବେଳେ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଅଭିନୀତ ଗୀତ ‘ଡବା ଭିତରେ ପସ୍’ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା।

‘ମନ୍ତ୍ରମୁଗ୍ଧ’ର କାହାଣୀ ଏକ ରହସ୍ୟମୟ ରାଜପ୍ରାସାଦକୁ ବୁଲିବାକୁ ଯାଇଥିବା କିଛି ସାଙ୍ଗଙ୍କୁ ନେଇ ଗତିଶୀଳ ହୋଇଛି, ଯେଉଁଠାରେ ସେମାନେ ଅଲୌକିକ ତଥା ଭୟାନକ ଘଟଣାର ସମ୍ମୁଖୀନ ହେଉଛନ୍ତି। ଭୟ, ହାସ୍ୟରସ, ସସପେନ୍ସ ଏବଂ ସଙ୍ଗୀତର ଏକ ନିଆରା ମିଶ୍ରଣ ଏହି ଫିଲ୍ମରେ ଦେଖିବାକୁ ମିଳିଛି। ଫିଲ୍ମଟିକୁ ‘U/A’ ସାର୍ଟିଫିକେଟ୍ ମିଳିଥିବାରୁ ଏହା ଏକ ଶତପ୍ରତିଶତ ପାରିବାରିକ ମନୋରଞ୍ଜନଧର୍ମୀ ସିନେମା ଭାବେ ପ୍ରମାଣିତ ହୋଇଛି। ବଲିଉଡ୍ ଫିଲ୍ମ ‘ସ୍ତ୍ରୀ’ (Stree) ଫେମ୍ ଅଭିନେତା ଅଭିଷେକ ବାନାର୍ଜୀ ମଧ୍ୟ ଏହି ଫିଲ୍ମର ଟ୍ରେଲର ନିଜ ସୋସିଆଲ୍ ମିଡିଆରେ ସେୟାର କରିଥିଲେ, ଯାହା ଏହାକୁ ଜାତୀୟ ସ୍ତରରେ ଚର୍ଚ୍ଚିତ କରିଛି। ଗୋପାଳ ଚନ୍ଦ୍ର ଘଡ଼ାଇ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ କାର୍ଯ୍ୟ କରିଥିବା ବେଳେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି।

ପ୍ରଥମ ଦିନର ଏହି ବିପୁଳ ବ୍ୟବସାୟ ପରେ ଏବେ ଟ୍ରେଡ୍ ବିଶେଷଜ୍ଞ ଏବଂ ସିନେମା ସମୀକ୍ଷକମାନଙ୍କ ନଜର ଆଗାମୀ ୱିକେଣ୍ଡ ଅର୍ଥାତ ଶନିବାର ଓ ରବିବାର ଉପରେ ରହିଛି। ଦର୍ଶକଙ୍କ ‘ମାଉଥ୍ ପବ୍ଲିସିଟି’ ପାଇଁ ଆଗାମୀ ଦିନରେ ଏହି ସିନେମାର ବକ୍ସ ଅଫିସ କଲେକସନ୍ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ବକ୍ସ ଅଫିସ ମନ୍ତ୍ରମୁଗ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

May 23, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026

ବଢୁଥିବା ତାପମାତ୍ରା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଉଚ୍ଚ ସତର୍କତା ଜାରି

May 23, 2026
Latest News

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

May 23, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026

ଭାରତକୁ ଟ୍ରମ୍ଫ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି!’: ଆମେରିକା ବୈଦେଶିକ ମନ୍ତ୍ରୀ

May 23, 2026

ବଢୁଥିବା ତାପମାତ୍ରା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଉଚ୍ଚ ସତର୍କତା ଜାରି

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.