ଭୁବନେଶ୍ଵର : ପୁଣି ଆମ ବସ ଜୀବନ ନେଇଛି । ଆମ ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ବାଇକକୁ ପଛପଟୁ ଧକ୍କା ଦେଲା ଆମ ବସ । ସତସଙ୍ଗ ବିହାର – ବାଣୀବିହାର ମଝିରେ ମର୍ମନ୍ତୁଦ ଘଟଣା ଘଟିଛି । ପ୍ରାୟ ୮ ଟି ବସକୁ ଉତ୍ତ୍ୟକ୍ତ ଲୋକେ ଅଟକାଇଥିଲେ । କ୍ଷତିପୂରଣ ଦାବିରେ ଏନଏଚରେ ଉତ୍ତ୍ୟକ୍ତ ଲୋକେ ଧାରଣା ଦେଇଥିଲେ । ଭୁବନେଶ୍ବର ଡ଼ିସିପିଙ୍କ ହସ୍ତକ୍ଷେପ ପରେ ଧାରଣା ହଟିଥିଲା ।
କଟକ କଲେଜ ଛକରେ ମଧ୍ୟ ଆମ ବସ ଏକ କାରକୁ ଧକ୍କା ଦେଇଛି । ମାତ୍ର କାର ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମାତ୍ର ସେଠାରେ ଉତ୍ତେଜନାମୟ ସ୍ଥିତି ଉପୁଜୁଛି ।
ସୂଚନାଯୋଗ୍ୟ, ଆମ ବସ ଯୋଗୁଁ ଲୋକ ଙ୍କ ମନରେ ଛନକା ପଶିଛି । ବେପରୁଆ ଗାଡି ଚଲା ଯୋଗୁଁ ଅବେଳରେ ଜୀବନ ଝଡି ପଡୁଛି । ସରକାର ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଦକ୍ଷ ଡ୍ରାଇଭର ନିଯୁକ୍ତି କରିବା ସହ ଆମ ବସ କର୍ତ୍ତୁପକ୍ଷ ଏନେଇ କଡା ନିୟମ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।


