ପୁଡୁଚେରୀ: ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ମେଣ୍ଟ ୨୨ଟି ଆସନରେ ଦୃଢ଼ ନେତୃତ୍ୱ ନେଉଥିବା ବେଳେ କଂଗ୍ରେସ ମେଣ୍ଟ ୬ଟି ଆସନରେ ଆଗୁଆ ଥିବା ଦେଖାଯାଉଛି। ପୁଡୁଚେରୀର ମୋତିଲାଲ ନେହେରୁ ସରକାରୀ ପଲିଟେକ୍ନିକ୍ କଲେଜରେ ସ୍ଥାପିତ ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପୁଡୁଚେରୀ ବିଧାନସଭାରେ ମୋଟ ୩୦ ଟି ଆସନ। ସରକାର ଗଠନ ପାଇଁ କୌଣସି ଦଳକୁ ସର୍ବନିମ୍ନ ୧୬ ଟି ଆସନରେ ଜିତିବା ଆବଶ୍ୟକ।


