୨୦୨୬ କେରଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି ଏବଂ ଧାରା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ୧୪୦ ଆସନ ବିଶିଷ୍ଟ ଏହି ରାଜ୍ୟରେ କଂଗ୍ରେସ ୧୦୦ଆସନରେ ଆଗୁଆ ଥିବା ବେଳେ ସିପିଆଇ(ଏମ୍) ୩୦ ଆସନରେ ଆଗୁଆ ଅଛି। ଏହି ପ୍ରାରମ୍ଭିକ ସଂଖ୍ୟା ସୂଚାଇ ଦେଉଛି ଯେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଏକ ଦୃଢ଼ ସ୍ଥିତିରେ ଅଛି।
ନିର୍ବାଚନ କମିଶନ ଟ୍ରେଣ୍ଡ ଅନୁଯାୟୀ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଧର୍ମଡୋମ ଆସନରେ ପଛରେ ଅଛନ୍ତି, ଯେଉଁଠାରେ କଂଗ୍ରେସ ପ୍ରାର୍ଥୀ ଭି.ପି. ଅବଦୁଲ ରସିଦ ୨, ୮୧୨ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ରାଜ୍ୟରେ ୭୧ ଆସନର ବହୁମତ ସଂଖ୍ୟା ଅତିକ୍ରମ କରିଛି।


