Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ
ଆଜିର ଖବର

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odissi Research Centre holds induction ceremony for 2026–28 interns
Odissi Research Centre holds induction ceremony for 2026–28 interns

ଭୁବନେଶ୍ଵର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ୨୦୨୬-୨୮ ଶିକ୍ଷାବର୍ଷ ପାଇଁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ମର୍ଦ୍ଦଳ ଓ ସୀତାର ବାଦନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ମାସିକ ୫,୦୦୦ ଟଙ୍କା ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯିବ।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜି ଆୟୋଜିତ ହୋଇଥିବା ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି, ଗୁରୁ ସିକତା ଦାସ, ଓଡ଼ିଶୀ ସଙ୍ଗୀତ ଗାୟକ ଗୁରୁ ପ୍ରଫେସର ରାମ ହରି ଦାସ, ବିଶିଷ୍ଟ ମର୍ଦ୍ଦଳ ବାଦକ ଡ଼. ଜଗନ୍ନାଥ କୁଅଁର, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସାଧନା ଓ ଗବେଷଣା ମନୋବୃତ୍ତି ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଗୁରୁମାନେ ଉପଦେଶ ଦେଇଥିଲେ।

“ନିୟମିତ ଅଭ୍ୟାସ ଓ ସାଧନା ହିଁ ସଫଳତାର ଚାବିକାଠି। ଓଡ଼ିଶୀ ଗବେଷଣା କେନ୍ଦ୍ରର ଇଣ୍ଟର୍ନସିପ୍ ଆଡ଼ଭାନ୍ସ କୋର୍ସରେ ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ହେଉଛନ୍ତି ନୃତ୍ୟ ଓ କଳା ଜଗତର ଭବିଷ୍ୟତ। ନିଜର କଳା, କୌଶଳ ଓ ସାଧନା ବଳରେ ଓଡ଼ିଶୀ ସଂସ୍କୃତିକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟ ନେଇ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ”, ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସମବେତ କଣ୍ଠ ସଙ୍ଗୀତ ପରିବେଷଣ କରାଯିବ ସହ ମର୍ଦ୍ଦଳ, ବେହେଲା ଓ ବଂଶୀ ବାଦନ କରାଯାଇଥିଲା। ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Odissi Research Centre ଗୁରୁ କେଳୁଚରଣ ମହାପାତ୍ର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

June 3, 2026

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026
Latest News

ଦୂର ହେବ ହରମୁଜ୍ ଚିନ୍ତା!: ଏହି ଦେଶ ସହିତ ଭାରତର ବଡ଼ ଚୁକ୍ତି ସମ୍ଭାବନା

June 3, 2026

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

June 3, 2026

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.