କୋଲକାତା : ଭାରତୀୟ ରାଜନୀତିରେ ଦଳ ଅଦଳବଦଳ ଏକ ସ୍ଵାଭାବିକ ପ୍ରକ୍ରିୟା ହୋଇଯାଇଛି । ଜିତିଥିବା ଦଳକୁ ହାରି ଯାଇଥିବା ଦଳର ବହୁ କର୍ମୀ ଆସି ଯୋଗ ଦେଇଥାନ୍ତି । ମାତ୍ର ଟିଏମସି କର୍ମୀ ଏବେ ବିଜେପିରେ ମିଶିପାରିବେନି ବୋଲି ପଶ୍ଚିମବଙ୍ଗ ବିଜେପି ସ୍ପଷ୍ଟ କରିଛି । ତେବେ ଟିଏମସି ଅପରାଧୀଙ୍କୁ ବିଜେପିରେ ସାମିଲ କରାଯିବନି ବୋଲି ବିଜେପି କହିଛି । ମାମଲାରୁ ବଞ୍ଚିବାକୁ ବିଜେପିକୁ ଆସିଲେ ସାମିଲ କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ।
ସମଯେ ସମଯେ କର୍ମୀମାନେ ନିଜ ସୁବିଧା ଦେଖି ଦଳ ପରିବର୍ତ୍ତନ କରିଥାନ୍ତି । ନିକଟରେ ଆପର ରାଘବ ଚଢାଙ୍କ ସମେ ଆପର ଆଉ ୬ ଜଣ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।


