ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ସାମ୍ନା ବ୍ରିଜ୍ ଉପରେ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏକ ବାଇକ ଉପରେ ଦ୍ରୁତଗାମୀ ଟ୍ରକ ଛାଡି ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ଯୁବତୀଙ୍କ ସମତେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନି।


