ଭୁବନେଶ୍ଵର : ରାଜ୍ୟରେ ଖୋଲିବା ନୂଆ ସାଇବର କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ଆଉ ୫ଟି ସ୍ଵତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ନେଇ ସରକାର ଯୋଜନା କରୁଛନ୍ତି । ସାଇବର ଅପରାଧର ତ୍ଵରିତ ବିଚାର ପାଇଁ ସ୍ଵତନ୍ତ୍ର କୋର୍ଟ ଖୋଲାଯିବା । ପୀଡିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଏହାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ମହିଲଙ୍କା ପାଇଁ ସ୍ଵତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା ରହିଛି । ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।


