Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ: ବିଶେଷଜ୍ଞ
ଆଜିର ଖବର

ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ: ବିଶେଷଜ୍ଞ

May 10, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ: ବିଶେଷଜ୍ଞ
ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଅନେକ ଜାଣନ୍ତି ନାହିଁ ଯେ ଲୁପସ୍ ହେଉଛି ଏକ ଅଟୋଇମ୍ୟୁନ ବ୍ୟାଧି ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ନିଜର ସୁସ୍ଥ କୋଷକୁ ଆକ୍ରମଣ କରେ। ଏହି ସମସ୍ୟା ୨୦ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ଠାରେ ପ୍ରାୟତଃ ଦେଖାଯାଇଥାଏ। ତେବେ ଏହାର ଚିକିତ୍ସା ସମ୍ଭବ ଏବଂ ଉଚିତ୍ ପଦକ୍ଷେପ ନେଲେ ରୋଗୀ ଜଣକ ସାଧାରଣ ଜୀବନ ଧାରଣ କରିପାରିବ ବୋଲି ରବିବାର ସୂଚନା ଦେଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋ।

ଲୁପସ୍ ଏକ ସଂକ୍ରାମକ ବ୍ୟାଧି ନୁହେଁ, ଯଦିଓ ଏହାର ଅନେକ ପ୍ରତିରୂପ ରହିଛି ତେବେ ଏହାର ଚିକିତ୍ସା ସମ୍ଭବ। ଲୁପସ୍ ବା ଏସ୍‌.ଏଲ୍‌.ଇ (ସିଷ୍ଟମିକ ଲୁପସ୍ ଏରିଥ୍‌ମାଟୋସିସ୍‌) ସାଧାରଣତଃ ମହିଳା ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ। ଏହି ରୋଗ ଶରୀରର ଯେ କୌଣସି ଅଙ୍ଗକୁ ଆକ୍ରାନ୍ତ କରିପାରେ। ସବୁ ଲୁପସ୍ ରୋଗୀଙ୍କ ଲକ୍ଷଣ ଏକ ପ୍ରକାର ହୋଇ ନଥାଏ। କାହାକୁ ଜ୍ୱର ସହିତ ଗଣ୍ଠି ବ୍ୟଥା ଅନୁଭବ ହେଉଥିବାବେଳେ ଆଉ କାହାର ପରୀସ୍ରାରେ ଅଧିକ ପ୍ରୋଟିନ୍ ଯାଇଥାଏ ବୋଲି ରବିବାର ବିଶ୍ୱ ଲୁପସ ଦିବସ ଅବସରରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ପାତ୍ରୋ ସୂଚନା ଦେଇଛନ୍ତି।

ଏହା ଏକ ଅଟୋଇମ୍ୟୁନ ବ୍ୟାଧି । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ କୋଷ, ଚର୍ମ, ରକ୍ତ କଣିକା, ବୃକକ୍ (କିଡନୀ) ଏବଂ ମସ୍ତିଷ୍କ ଭଳି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରିଥାଏ । ତେବେ ଏହାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ବୋଲି ଡାକ୍ତର ପାତ୍ରୋ କହିଛନ୍ତି ।

ବିଶ୍ୱ ଲୁପସ୍ ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ର‌୍ୟୁମାଟୋଲୋଜି ବିଭାଗ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ର‌୍ୟାଲିର ମଧ୍ୟ ଆୟୋଜନ କରାଯାଇଥିଲା ।

ରବିବାର ସକାଳ ସମୟରେ ଆୟୋଜିତ ଏହି ର‌୍ୟାଲିରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ପ୍ରଫେସର ପାତ୍ରୋ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବାଚସ୍ପତି ଶ୍ରୀମତି ପାଢ଼ୀ କହିଥିଲେ ଯେ ଲୁପସ ଅଧିକ ମାତ୍ରାରେ ଯୁବତୀମାନଙ୍କୁ ପ୍ରଭାବିତ କରୁଥିବା ବେଳେ ଏହି ରୋଗର ନିରାକରଣ ଏବଂ ଏହା ସହ ଲଢ଼ିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ।

ସେହିପରି ବାବୁ ସିଂ କହିଥିଲେ ଯେ ଏହି ରୋଗ ସମ୍ପର୍କରେ ଖୁବ୍ କମ୍ ବ୍ୟକ୍ତି ଅବଗତ ଥିବା ବେଳେ ଏ ନେଇ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି । ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଏ ଦିଗରେ ଖୁବ୍ ଭଲ କାର୍ଯ୍ୟ ଏବଂ ଚିକିତ୍ସା ପ୍ରଦାନ କରୁଛି ବୋଲି ସେ କହିଥିଲେ ।

ଆୟୋଜିତ ଏହି ର‌୍ୟାଲିରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲର ୨୦୦ ରୁ ଊର୍ଦ୍ଧ୍ୱ ଡାକ୍ତର, ନର୍ସ, ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟସେବୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଉପସ୍ଥିତ ରହି ହସ୍ପିଟାଲର ଚିକିତ୍ସା ଓ ସଫଳତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।

ପ୍ରଫେସର ପାତ୍ରୋ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଲୁପସ୍ ରୋଗର ଲକ୍ଷଣ ଗୁଡ଼ିକ ହେଲା ଅତ୍ୟଧିକ ଚୁଟି ଉପୁଡ଼ିବା, ଖରାରେ ଗଲେ ମୁହଁରେ ଶରୀରରେ ଲାଲ ରଙ୍ଗର ଚିହ୍ନ ହେବା, ଗଣ୍ଠି ବ୍ୟଥା ସହିତ ଫୁଲିଯିବା, ପରିସ୍ରାରେ ଅତ୍ୟଧିକ ପ୍ରୋଟିନ୍ ଯିବା, ସଠିକ୍ ଭାବରେ ମସ୍ତିଷ୍କ କାମ ନ କରିବା ଏବଂ ବାରମ୍ବାର ଫିଟ୍ସ ମାରିବା, ହିମୋଗ୍ଲୋବିନ୍ ସହିତ ପ୍ଲେଟଲେଟ୍ କମିଯିବା, ମାଂସପେଶୀ ଦୁର୍ବଳ ହୋଇଯିବା ଯୋଗୁଁ ହାତ ଉପରକୁ ଉଠାଇ ନ ପାରିବା ଏବଂ ତଳେ ବସିଲେ ଉଠି ନ ପାରିବା, ବେଳେବେଳେ ଛାତି ଭିତରେ ଏବଂ ହୃତପିଣ୍ଡର ବାହାରେ ପାଣି ଜମିବା ।
ଯଦିଓ ଲୁପସ୍ ଏକ ସଂକ୍ରାମକ ବ୍ୟାଧି ନୁହେଁ ତେବେ ରୋଗୀମାନେ ସୂର୍ଯ୍ୟ କିରଣରୁ ଦୂରେଇ ରହିବାର ଆବଶ୍ୟକତା ରହିଛି । କାରଣ ଏହା ଦ୍ୱାରା ରୋଗ ଅଧିକ ବଢ଼ିଥାଏ । ସେହିପରି ୬୦ ରୁ ୭୦ ପ୍ରତିଶତ ଲୁପସ ରୋଗୀଙ୍କର କିଡନୀ ଉପରେ ପ୍ରଭାବ ପଡ଼ିଥାଏ ବୋଲି ପ୍ରଫେସର ପାତ୍ରୋ କହିଥିଲେ ।

ଗତ ୧୦ ବର୍ଷ ମଧ୍ୟରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଲୁପସ ରୋଗୀଙ୍କର ଚିକିତ୍ସା କରାଯାଇଥିବା ଡାକ୍ତର ପାତ୍ରୋ କହିଥିଲେ । ତେଣୁ ଓଡ଼ିଶାରେ ଲୁପସ୍ ଆଉ ବିରଳ ବ୍ୟାଧି ହୋଇ ରହି ନାହିଁ । ସଚେତନତା, ଆଗୁଆ ରୋଗ ଚିହ୍ନଟ ଏବଂ ସମୟାନୁସାରେ ଉପଯୁକ୍ତ ଚିକିତ୍ସା ବଳରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଡାକ୍ତର ପାତ୍ରୋ କହିଥିଲେ ।

ଯଦି ଜ୍ୱର, ଗଣ୍ଠି ବ୍ୟଥା, ଚର୍ମ ସମସ୍ୟା, କେଶ ଝଡ଼ିବା, ମୁହଁରେ ଚିହ୍ନ ହେବା, ପାଦ ଫୁଲିବା କିମ୍ବା କିଡନୀ ସମସ୍ୟା ଦେଖାଯାଏ ତେବେ ତୁରନ୍ତ ପରୀକ୍ଷା କରାଇବା ସହ ପ୍ରଶିକ୍ଷିତ ର‌୍ୟୁମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସେ କହିଥିଲେ ।

ଲୁପସ୍ ସମ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026
Latest News

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.