ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ମୋଦୀଙ୍କ ବକ୍ତବ୍ୟକୁ ନେଇ ଟାର୍ଗେଟ କରିଛନ୍ତି । ଗତକାଲି, ମୋଦି ସୁନା କିଣନ୍ତୁ ନାହିଁ, ବିଦେଶ ଯାତ୍ରା କରନ୍ତୁ ନାହିଁ, ପେଟ୍ରୋଲ ବ୍ୟବହାର କମ କରନ୍ତୁ, ସାର ଏବଂ ରନ୍ଧନ ତେଲ ବ୍ୟବହାର କମ କରନ୍ତୁ, ମେଟ୍ରୋରେ ଯାତ୍ରା କରନ୍ତୁ ଏବଂ ଘରୁ କାମ କରନ୍ତୁ ପରି ବହୁତ ଗୁଡିଏ ଉପଦେଶ ଦେଇଥିଲେ । ଏହା କୁ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ ଏଗୁଡ଼ିକ ଉପଦେଶ ନୁହେଁ, ବରଂ ବିଫଳତାର ପ୍ରମାଣ।” ୧୨ ବର୍ଷ ମଧ୍ୟରେ ଦେଶ ଏପରି ଏକ ସ୍ଥାନରେ ପହଞ୍ଚିଛି ଯେଉଁଠାରେ ଜନସାଧାରଣଙ୍କୁ କହିବାକୁ ପଡିବ ଯେ କଣ କିଣିବେ ଏବଂ କଣ କିଣିବେ ନାହିଁ, କେଉଁଠି ଯିବେ ଏବଂ କେଉଁଠି ଯିବେ ନାହିଁ। ପ୍ରତ୍ୟେକ ଥର, ସେମାନେ ଦାୟିତ୍ୱ ଜନତାଙ୍କ ଉପରେ ନ୍ୟସ୍ତ କରନ୍ତି ଯାହା ଦ୍ୱାରା ସେମାନେ ଉତ୍ତରଦାୟିତ୍ୱରୁ ଖସିପାରିବେ। ଦେଶ ଚଳାଇବା ଆଉ ପ୍ରଧାନମନ୍ତ୍ରୀଙ୍କ କ୍ଷମତାରେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ଏକ୍ସରେ କହିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, “ଲୋକଙ୍କୁ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ନିବେଦନ କରିଥିଲେ । ଏହା ସହିତ ପେଟ୍ରୋଲ – ଡିଜେଲର କମ ବ୍ୟବହାର, ବିଦେଶ ଗସ୍ତ ନ କରିବା, ରାସାୟନିକ ସାରର ବ୍ୟବହାର କମ କରିବା ଓ ଖାଇବା ତେଲର କମ ଉପଯୋଗ କରିବାକୁ ନେଇ ଉପଦେଶ ଦେଇଥିଲେ ।


