Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗାନ୍ଧୀନଗର/ଅହମ୍ମଦବାଦ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜରାଟ ଗସ୍ତ ଅବସରରେ ଗାନ୍ଧୀନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ଶିକ୍ଷା ଏବଂ ନବସୃଜନ କ୍ଷେତ୍ରରେ ଗୁଜରାଟର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।
ଏହା ପୂର୍ବରୁ ଶ୍ରୀ ପ୍ରଧାନ ଆଇଆଇଏମ ଅହମ୍ମଦାବାଦ ପରିସରରେ ଆୟୋଜିତ ଆଇଆଇଏମ ସମୂହର ‘ସମନ୍ୱୟ ମଞ୍ଚ’ ବା କୋର୍ଡିସେନସ ଫୋରମ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ‘ବିକଶିତ ଭାରତ-୨୦୪୭’ ର ସ୍ୱପ୍ନକୁ ସାକାର କରିବାରେ ଆଇଆଇଏମ ଗୁଡ଼ିକର ଭୂମିକା ଉପରେ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା। ଶ୍ରୀ ପ୍ରଧାନ କହିଥିଲେ, ଦେଶର ସମସ୍ତ ଆଇଆଇଏମ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସଶକ୍ତ ଶିକ୍ଷା ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସହ ବିଶ୍ୱସ୍ତରୀୟ ଶିକ୍ଷାଦାନ ପଦ୍ଧତି ଆପଣେଇବାକୁ ହେବ । ନୂତନ ଇନୋଭେସନକୁ ପ୍ରୋତ୍ସାହନ ଦେଇ ଆଇଆଇଏମ ଶିକ୍ଷାକୁ ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ବୈଷୟିକ ଜ୍ଞାନ ସହ ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ନେତୃତ୍ୱ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ଆଇଆଇଏମ ଗୁଡ଼ିକ କେବଳ ଶିକ୍ଷାନୁଷ୍ଠାନ ନୁହଁନ୍ତି, ବରଂ ଦେଶ ଗଠନ ଏବଂ ଆର୍ଥିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ । ନେତୃତ୍ୱ ଏବଂ ପରିଚାଳନା ଶିକ୍ଷା କ୍ଷେତ୍ରରେ ଏହା ସମଗ୍ର ବିଶ୍ୱ ପାଇଁ ଆଦର୍ଶ ସାଜିଛି । ଆଗାମୀ ଦିନରେ ଏହି ଅନୁଷ୍ଠାନଗୁଡ଼ିକ ଏକ ସୁଦୃଢ଼ ଇନୋଭେସନ ପରିବେଶ ସୃଷ୍ଟି କରି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ପ୍ରମୁଖ ସହାୟକ ହେବେ।
ଏହି ବୈଠକରେ ଆଇଆଇଏମର ନିର୍ଦ୍ଦେଶକ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ନିଜର ମତାମତ ପ୍ରକାଶ କରିଥିଲେ ।

ଆଇଆଇଏମ ମ୍ୟାନେଜମେଣ୍ଟ ଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

ମଦ୍ୟପ ଯୁବକର ଫାଉଡ଼ା ମାଡରେ ବୃଦ୍ଧଙ୍କ ମୃତ୍ୟୁ

July 9, 2026
Latest News

ଆମେରିକା ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଖୁସି ଖବର: ବଡ଼ ଘୋଷଣା କଲା ଏହି ଦେଶ

July 9, 2026

୨୭ ବର୍ଷ ଧରି ବ୍ରିଷ୍ଟଲରେ ଭାରତ ଅପରାଜୟ: ଆଜି କିଏ ନେବ ସଚିନ, ଦ୍ରାବିଡ ଏବଂ ରୋହିତଙ୍କ ସ୍ଥାନ?

July 9, 2026

ସମଗ୍ର ବିଶ୍ୱ ବଜାରକୁ ଦୋହଲାଇ ଦେଲା ଟ୍ରମ୍ପଙ୍କ ବୟାନ: ବଢିଲା ଅଶୋଧିତ ତୈଳ ମୂଲ୍ୟ

July 9, 2026

Vice President in Odisha: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଉପରାଷ୍ଟ୍ରପତି

July 9, 2026

ମଦ୍ୟପ ଯୁବକର ଫାଉଡ଼ା ମାଡରେ ବୃଦ୍ଧଙ୍କ ମୃତ୍ୟୁ

July 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.