ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର । ଜଏନିଂ ଓ ପୋଷ୍ଟିଂ ଅର୍ଡର ମିଳିବାରେ ବିଳମ୍ବକୁ ନେଇ ସରକାର କଡା ଆଭିମୁଖ୍ୟ ରଖିଛନ୍ତି। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ ବୋଲି ସୂଚନା ରହିଛି । ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସମ୍ପୃକ୍ତ ଅଧିକାରୀ ଦେବେ । ଏନେଇ ସର୍କୁଲାର୍ ଜାରି କରି ସଚିବ ମାନଙ୍କୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି । ତେବେ ୧୨୦ ଦିନରୁ ୬ ମାସରୁ ଅଧିକ ସମୟ ବୃଦ୍ଧି ପ୍ରସ୍ତାବ କୁ ସରକାର ଖାରଜ କରିଛନ୍ତି ।


