ଥିରୁଅନନ୍ତପୁରମ : ଆଜି ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଭି.ଡି. ସତିସନ୍ । ସୋମବାର ସକାଳ ୧୦ଟାରେ ତିରୁଅନନ୍ତପୁରମର ସେଣ୍ଟ୍ରାଲ୍ ଷ୍ଟାଡିୟମରେ ତାଙ୍କ କ୍ୟାବିନେଟ୍ ସହିତ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିବେ। କେରଳର ରାଜ୍ୟପାଳ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରାଇବେ। ଏହି ଶପଥ ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଉତ୍ସବରେ ଯୋଗଦେବେ। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) କେରଳ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି। ୧୪୦ ଆସନରୁ ୧୦୨ ଆସନ ଜିତିଛି।


