ମାଲକାନଗିରି : ରାଜ୍ୟରେ ପେଟ୍ରୋଲ ଡିଜେଲକୁ ନେଇ ଚାଲିଥିବା ସମସ୍ୟା ମଧ୍ୟରେ ଏହି ତେଲ ପାଇଁ ଜଣକ ଜୀବନ ଚାଲିଯାଇଛି । ମାଲକାନଗିରି ଜିଲ୍ଲାର କୁସୁମପୁଟି ଗାଁରେ ତେଲ ସରିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଆମ୍ବ ତୋଳୁଥିବା ସମୟରେ ଖସିପଡିଥିଲେ ।ତାଙ୍କୁ ବାଇକ ଯୋଗେ ହସ୍ପିଟାଲ କୁ ନିଆ ଯାଉଥିଲା, ମାତ୍ର ଅଧା ରାସ୍ତାରେ ତେଲ ସରିଯାଇଥିଲା। ତେଲ ସାରିବା ପରେ ସେହି ଅଞ୍ଚଳରେ ତେଲ ମିଳିନଥିଲା। ପରେ ଆମ୍ବୁଲନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେଲ ପାଇଁ ଜୀବନ ଚାଲିଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ତେଲର ଅଭାବ ନହିଁ ବୋଲି ସରକାର ଯେତେ ସଫେଇ ଦେଲେ ମଧ୍ୟ ଆଜି ବି ପେଟ୍ରୋଲ ପମ୍ପ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି ।


