ନୂଆଦିଲ୍ଲୀ: ପୁଣିଥରେ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । ସପ୍ତାହ ଭିତରେ ଦ୍ଵିତୀୟ ଥର ପାଇଁ ପୁଣିଥରେ ତୈଳ ଦରର ବୃଦ୍ଧି ହୋଇଛି । ଏଥର ଉଭୟ ୯୦ ପଇସା ବୃଦ୍ଧି ପାଇଛି। ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ଦର ୩ଟଙ୍କା ବଢ଼ିଥିଲା। ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସଙ୍କଟ ପୂରା ବିଶ୍ବରେ ଦେଖାଯାଇଛି। ଇରାନ ଯୁଦ୍ଧଏବଂ ଆମେରିକା-ଇସ୍ରାଏଲ ବିବାଦର ପ୍ରଭାବ ଏବେ ଭାରତର ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି।
ବର୍ତ୍ତମାନ ଦିଲ୍ଲୀରେ ୯୮.୬୪ ଟଙ୍କା ପ୍ରତି ଲିଟର ହୋଇଥିବାବେଳେ କୋଲକାତାରେ ୧୦୯.୭୦ ଟଙ୍କା ପ୍ରତି ଲିଟର,, ମୁମ୍ବାଇରେ ୧୦୭.୫୯ ଟଙ୍କା ପ୍ରତି ଲିଟର, ଚେନ୍ନାଇରେ ୧୦୪.୪୯ ଟଙ୍କା ପ୍ରତି ଲିଟର
ସେହିପରି ହାଇ-ସ୍ପିଡ୍ ଡିଜେଲ ମୂଲ୍ୟ ଦିଲ୍ଲୀରେ ୯୧.୫୮ ଟଙ୍କା ପ୍ରତି ଲିଟର, କୋଲକାତାରେ ୯୬.୦୭ ଟଙ୍କା ପ୍ରତି ଲିଟର, ମୁମ୍ବାଇରେ ୯୪.୦୮ ଟଙ୍କା ପ୍ରତି ଲିଟର, ଚେନ୍ନାଇରେ ୯୬.୧୧ ଟଙ୍କା ପ୍ରତି ଲିଟର ହୋଇଛି ।


