Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍
ଆଜିର ଖବର

ଏବେ ନିୟମିତ ଏକ୍ସପ୍ରେସ୍ ଭାବେ ଚଳାଚଳ କରିବ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍

May 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ
ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

ଭୁବନେଶ୍ୱର: ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନକୁ ନିୟମିତ ଏକ୍ସପ୍ରେସ୍ ଟ୍ରେନରେ ରୂପାନ୍ତରିତ କରାଯାଇଛି।

ଗାଡ଼ି ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଏବେ ଗାଡ଼ି ନମ୍ବର ୧୮୦୧୭/୧୮୦୧୮ ଭଞ୍ଜପୁର-ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍ ଭାବରେ ପରିଚାଳିତ ହେବ। ଏହି ଦୁଇଟି ଟ୍ରେନ୍ ଯଥାକ୍ରମେ ୨୧ ମଇ ଏବଂ ୨୨ ମଇ, ୨୦୨୬ ରୁ ସେମାନଙ୍କର ନିୟମିତ ଯାତ୍ରା ସେବା ଆରମ୍ଭ କରିବେ।

ଟ୍ରେନ୍ ନମ୍ବର ୧୮୦୧୭ ଭଞ୍ଜପୁର-ପୁରୀ ଏକ୍ସପ୍ରେସ୍ ଭଞ୍ଜପୁରରୁ ରାତି ୧୧:୧୦ ମିନିଟରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୫:୫୦ ମିନିଟରେ ପୁରୀରେ ପହଞ୍ଚିବ।

ସେହିଭଳି , ଟ୍ରେନ୍ ନମ୍ବର ୧୮୦୧୮ ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍ ପୁରୀରୁ ରାତି ୧୧:୫୦ ମିନିଟରେ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୬:୫୦ ମିନିଟରେ ଭଞ୍ଜପୁରରେ ପହଞ୍ଚିବ।

ଏହି ଟ୍ରେନ୍ ସେବା ସ୍ପେଶାଲ୍ ଟ୍ରେନ୍ ଭାବେ ପ୍ରଚଳନ ହେବା ପରଠାରୁ ଯାତ୍ରୀମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଛି। ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସେବାକୁ ନିୟମିତ କରାଯାଇଛି, ଯାହା ଫଳରେ ଯାତ୍ରୀମାନଙ୍କ ଗମନାଗମନ ରେ ଆହୁରି ସୁବିଧା ହେବ।

ଏହି ନିୟମିତ ଟ୍ରେନ୍ ଓଡ଼ିଶାର ପ୍ରମୁଖ ସହର ଯଥା ବାରିପଦା , ବାଲେଶ୍ୱର, ସୋରୋ, ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ କୁ ସଂଯୋଗ କରିବ।

ଭାରତୀୟ ରେଳବାଇର ଏହି ପଦକ୍ଷେପ ଯାତ୍ରୀଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେବା ସହ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ଏବଂ ସୁରକ୍ଷିତ ତଥା ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପ୍ରୟାସ।

ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍ ଟ୍ରେନ
Share. Facebook Twitter LinkedIn Email WhatsApp Copy Link

Related Posts

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଗସ୍ତ କରିବ ପାକିସ୍ତାନ ଦଳ: ଜାଣନ୍ତୁ କେବେ?

September 14, 2026

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

September 14, 2026

ଗଣେଶ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

September 14, 2026

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026
Latest News

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ଗସ୍ତ କରିବ ପାକିସ୍ତାନ ଦଳ: ଜାଣନ୍ତୁ କେବେ?

September 14, 2026

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

September 14, 2026

ଗଣେଶ ପୂଜା ମଣ୍ଡପରେ ଅଘଟଣ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

September 14, 2026

ପ୍ରଥମ ଟି-୨୦ରେ ତିନୋଟି ପ୍ରମୁଖ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

September 14, 2026

ଖୁବ୍‌ଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.