Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା
ଆଜିର ଖବର

ଓଡ଼ିଶାର ଆମ୍ବ କିସମ ଓ ଉତ୍ପାଦନକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଶଂସା

May 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ଆଜିର ଜୋନାଲ କନ୍‌ଫରେନ୍ସରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ତରଫରୁ ଏଗ୍ରିକଲଚର ପ୍ରଡକ୍ସନ କ୍ଲଷ୍ଟର ଓ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଶଙ୍କର ଏବଂ ଏଲିଟ୍‌ କିସମର ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ଜିଲ୍ଲାରୁ ଏବଂ କେନ୍ଦ୍ରୀୟ ଉଦ୍ୟାନ ପ୍ରଶିକ୍ଷଣ ସଂସ୍ଥା ତରଫରୁ ୩୫ରୁ ୪୦ କିସମର ଆମ୍ବ ଏଥିରେ ସ୍ଥାନ ପାଇଥିଲା । ସେଥି ମଧ୍ୟରୁ ମୟୂରଭଞ୍ଜରୁ ଆସିଥିବା ସିମିଲଟନ୍‌ ସୁନ୍ଦରୀର ନାଲିରଙ୍ଗ ବେଶ୍‌ ଆକର୍ଷିତ କରିଥିଲା । ଏତଦ୍‌ବ୍ୟତୀତ କିଲୋ ପ୍ରତି ୧୦୦୦ ଟଙ୍କାରୁ ଉର୍ଦ୍ଧ୍ୱ ଦାମରେ ବିକ୍ରି ହେଉଥିବା ମିଆଜାକି ଆମ୍ବ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏଥି ସହିତ କେଉଁଝରର ବଳଦେବ କିସମ, ବଲାଙ୍ଗିରର ଜାହାଙ୍ଗିର ଓ ଢେଙ୍କାନାଳର ବେଲଗଜା ଏବଂ ଅନେକ ଶଙ୍କର ଓ ଉନ୍ନତ କିସମର ଆମ୍ବ ଯଥା-ଆର୍କା ନିଳାଚଳ, କେଶରୀ, ଆର୍କା ପୁନିତ, ଆର୍କା ସୁପ୍ରଭାତ, ଆର୍କା ଉଦୟ, ଅମ୍ବିକା ଇତ୍ୟାଦି କୃଷି ଉଦ୍ୟୋଗୀଙ୍କ ତରଫରୁ ପ୍ରଦର୍ଶିତ କରାଯାଇଥିଲା ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଏବଂ ପୂର୍ବାଞ୍ଚଳ ରାଜ୍ୟର ସମସ୍ତ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀ ଏହି ଷ୍ଟଲକୁ ପ୍ରଦର୍ଶନ କରିଥିଲେ ଓ ଓଡ଼ିଶାର ବିଭିନ୍ନ ଆମ୍ବ କିସମ ଦେଖି ଭୂୟସୀ ପ୍ରଶଂସା କରିଥିଲେ ।
ଏଥିରୁ ଅନୁମାନ କରିହେଉଛି ଅନୁକୂଳ ଜଳବାୟୁ, ଚାଷୀଙ୍କ ପ୍ରୟାସ ଓ କୃଷି ଉତ୍ପାଦକ ସଂଗଠନ ଯୋଗୁଁ ରାଜ୍ୟରେ ଆମ୍ବ ଉତ୍ପାଦନ ଦିନକୁ ଦିନ ବଢ଼ି ଚାଲିଛି । ଗୁଣାତ୍ମକ ମାନର ଆମ୍ବ ଏଫ୍‌ପିଓମାନଙ୍କ ଦ୍ୱାରା ଏକତ୍ରିକରଣ କରି ବାହାର ରାଜ୍ୟ ଓ ଦେଶକୁ ରପ୍ତାନୀ କରି ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ନିକଟରେ ଢେଙ୍କାନାଳର ଆମ୍ରପଲ୍ଲୀ ଆମ୍ବ ଲଣ୍ଡନ ରପ୍ତାନି ହୋଇଛି।

ଆମ୍ବ କିସମ କେନ୍ଦ୍ର କୃଷି ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026
Latest News

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026

ଗ୍ରାମୀଣ ବିକାଶ ପ୍ୟାକେଜ ପାଇଁ ୧.୨୫ ଲକ୍ଷ କୋଟି: ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ନୂତନ ଢାଞ୍ଚା

June 10, 2026

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଜୁନ ୧୦ ତାରିିଖ ବୁଧବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.