Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ସହିତ କେବଳ ପିଓକେ ପ୍ରସଙ୍ଗରେ ଆଲୋଚନା ସମ୍ଭବ : ରାଜନାଥ ସିଂ
ଆଜିର ଖବର

ପାକିସ୍ତାନ ସହିତ କେବଳ ପିଓକେ ପ୍ରସଙ୍ଗରେ ଆଲୋଚନା ସମ୍ଭବ : ରାଜନାଥ ସିଂ

August 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନ ସହିତ କେବଳ ପିଓକେକୁ ନେଇ ଆଲୋଚନା ହେବ ବୋଲି ମତ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ସହ ଏବେ ଯାହା ବି ଆଲୋଚନା ହେବ ତାହା ପାକ୍ ଅଧିକୃତ କାଶ୍ମୀର(ପିଓକେ) ଉପରେ ହିଁ ହେବ । ପ୍ରତିରକ୍ଷା ମନ୍ତ୍ରୀ ରବିବାର ହରିୟାଣାର କାଲକାରେ ଏକ ସାଧାରଣ ସଭାକୁ ସମ୍ଵୋଧିତ କରି ଏହି ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହି ଅଞ୍ଚଳ 1947 ପରଠାରୁ ପାକିସ୍ତାନ ନିଜ ଜବରଦଖଲରେ ରଖିଛି । ତେଣୁ ବର୍ତ୍ତମାନ ଭାରତ ପାକିସ୍ତାନ ଦ୍ବିପାକ୍ଷିକ ଆଲୋଚନା ହେଲେ ଏହା କାଶ୍ମୀର ପ୍ରସଙ୍ଗରେ ନୁହେଁ ବରଂ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ହେବ ବୋଲି ରାଜନାଥ କହିଛନ୍ତି । ସେହିପରି ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରିବା ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ଆଲୋଚନା ଅସମ୍ଭବ ବୋଲି ରାଜନାଥ କହିଛନ୍ତି । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ସମୁଦାୟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏହାକୁ ନିରାଶ ହେବାକୁ ପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026
Latest News

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ରାଷ୍ଟ୍ରପତି ଭବନରେ ବସ୍ତରର ପରମ୍ପରାର ଝଲକ: ପାରମ୍ପରିକ ପୋଷାକରେ ପହଞ୍ଚିଲେ ବସ୍ତରବାସୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.