Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରେଳ, ଯାତ୍ରୀ, ଷ୍ଟେସନ ପରିସର ଏବଂ ବିସ୍ତୃତ ରେଳ ନେଟୱାର୍କର ସୁରକ୍ଷାକୁ ସଶକ୍ତ କରିବା ଲକ୍ଷ୍ୟରେ ଭାରତୀୟ ରେଳ ବିଭାଗ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ଡ୍ରୋନ, ସିସିଟିଭି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବହୁଳ ବ୍ୟବହାର କରୁଛି। ରେଳବାଇ ସୁରକ୍ଷା ବଳର ବିଟ୍ ସ୍ତରରେ ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ସୁଦୃଢ଼ କରି ଏହାକୁ ଏକ ମିଶନ ମୋଡରେ  କାର୍ଯ୍ୟକାରୀ କରାଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।


ଆଜି ନୂଆଦିଲ୍ଲୀର ରେଳଭବନଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରେଳମନ୍ତ୍ରୀ ବିଭିନ୍ନ ସମୟରେ ଅସାମାଜିକ ତତ୍ତ୍ୱମାନଙ୍କ ଆକ୍ରମଣ ଓ ଷଡ଼ଯନ୍ତ୍ର ଘଟଣାଗୁଡ଼ିକୁ ସମୀକ୍ଷା କରିଥିଲେ। ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ସାରା ଦେଶର କ୍ଷେତ୍ରୀୟ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଏହି ଅବସରରେ ବ୍ୟାପକ ଆଲୋଚନା କରିଥିଲେ। ଏଥିରେ ରେଳବାଇ ବୋର୍ଡର ଅଧ୍ୟକ୍ଷଙ୍କ ସହ ରେଳ ରାଷ୍ଟ୍ରମନ୍ତ୍ରୀ ଭି. ସୋମନ୍ନା ଏବଂ ରବନୀତ ସିଂ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ।

ଗତ କିଛିଦିନ ହେଲା ରେଳବାଇକୁ କ୍ଷତିଗ୍ରସ୍ତ କରିବା ଲାଗି ସଂଗଠିତ କରାଯାଇଥିବା ବିଭିନ୍ନ ସନ୍ଦେହଜନକ କାର୍ଯ୍ୟକଳାପ ବାବଦରେ ଏହି ବୈଠକରେ ବ୍ୟାପକ ଚର୍ଚ୍ଚା ହୋଇଥିଲା। ଏହିକ୍ରମରେ ନିକଟରେ ଖଟିଥିବା ଅଗ୍ନିକାଣ୍ଡ ଘଟଣା ସମେତ ଏକାଧିକ ଘଟଣାର ପ୍ରାଥମିକ ତଦନ୍ତରୁ ସମାଜବିରୋଧୀ ତତ୍ତ୍ୱମାନଙ୍କର ସଂପୃକ୍ତି ସାମ୍ନାକୁ ଆସିଛି। ଭାରତୀୟ ରେଳବାଇ ଏହି ଘଟଣାଗୁଡ଼ିକୁ ଗମ୍ଭୀରତାର ସହ ନେଇଛି ଏବଂ ଆରପିଏଫ୍ ସକ୍ରିୟ ଭାବରେ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। ଅନେକ ମାମଲାରେ, ରେଳବାଇର ତତ୍କାଳ ଓ ସକ୍ରିୟ ପଦକ୍ଷେପ ଯୋଗୁଁ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଥିବା ସୂଚନା ମିଳିଛି।
ଗୁଇନ୍ଦା ସୂଚନା ସଂଗ୍ରହ ସହ ଯାତ୍ରୀମାନଙ୍କ ସହଯୋଗ ଏହିଭଳି ଘଟଣାଗୁଡ଼ିକୁ ଏଡ଼ାଇବା ଲାଗି ଅତ୍ୟନ୍ତ ଉପଯୋଗୀ ବୋଲି ବୈଠକରେ ମତପ୍ରକାଶ ପାଇଛି। ଏଣୁ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ଟେକ୍ନୋଲୋଜିର ବ୍ୟପକ ବ୍ୟବହାରକୁ ପ୍ରୋତ୍ସାହିତ କରାଯିବା ସହ ଯାତ୍ରୀମାନଙ୍କ ପ୍ରତ୍ୟକ୍ଷ ସହାୟତା ପାଇଁ ପଦକ୍ଷେପକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ସମୟରେ ଏବଂ ଷ୍ଟେସନ ପରିସରରେ ଅପେକ୍ଷା କରିଥିବା ସମୟରେ ସମାଜ ବିରୋଧୀ କାର୍ଯ୍ୟକଳାପକୁ ରୋକିବା ପାଇଁ ହେଉଥିବା ପ୍ରୟାସରେ ସକ୍ରିୟ ଭାବରେ ସହଯୋଗ କରିବାକୁ ରେଳବାଇ ଅନୁରୋଧ କରିଛି। ରେଳ ପରିସରରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ସନ୍ଦେହଜନକ ବ୍ୟକ୍ତି ନଜରକୁ ଆସିଲେ, ସେ ବିଷୟରେ ତୁରନ୍ତ ରେଳ ହେଲ୍ପଲାଇନ ନମ୍ବର ୧୩୯ ରେ ସୂଚନା ଦେବାକୁ ରେଳବାଇ ଅନୁରୋଧ କରିଛି।

ସୁରକ୍ଷା ସମୀକ୍ଷା ବୈଠକ ସମୟରେ ହୋଇଥିବା ଆଲୋଚନାରେ ଏକ ଉନ୍ନତ ରିପୋର୍ଟିଂ ବ୍ୟବସ୍ଥା ମାଧ୍ୟମରେ କ୍ଷେତ୍ର ସ୍ତରରୁ ଗୁଇନ୍ଦା ସୂଚନା ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ପ୍ରଯୁକ୍ତିବିଦ୍ୟା-ଚାଳିତ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବା, ସାରା ରେଳ ନେଟୱାର୍କରେ ସିସିଟିଭିର ପରିସର ବିସ୍ତାର କରିବା ଏବଂ ରେଳ ବୋର୍ଡ ମୁଖ୍ୟାଳୟ ଓ କ୍ଷେତ୍ରୀୟ ଜୋନ୍ଗୁଡ଼ିକ ମଧ୍ୟରେ କାର୍ଯ୍ୟକ୍ଷମ ସୁରକ୍ଷା ସମନ୍ୱୟକୁ ସୁଧାରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ବୈଠକରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା, କ୍ୟାମେରାର ବିଶେଷତାକୁ ଅପଗ୍ରେଡ୍ କରିବା ଏବଂ ଏଆଇ ଭିତ୍ତିକ ସର୍ଭେଲାନ୍ସ ତଥା ତଦାରଖ ବ୍ୟବସ୍ଥା ମୁତୟନ କରିବା ବିଷୟ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ସାରା ରେଳ ନେଟୱାର୍କରେ ଅଧିକ ପ୍ରଭାବଶାଳୀ ସୁରକ୍ଷା ପରିଚାଳନା ପାଇଁ ଆରପିଏଫ୍ ଏବଂ ସରକାରୀ ରେଳ ପୋଲିସ ମଧ୍ୟରେ ସୂଚନା ଆଦାନପ୍ରଦାନ ବ୍ୟବସ୍ଥାରେ ସୁଧାର ଆଣି ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ଏହି ବୈଠକରେ ଗରୁତ୍ବାରୋପ କରାଯାଇଛି।

ଅଶ୍ୱିନୀ ବୈଷ୍ଣବ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026

ଚାହିଦା ବୃଦ୍ଧି ସମୟରେ ନିରବିଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରୁଛନ୍ତି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ

May 21, 2026

ଭୁବନେଶ୍ୱର ସମେତ ତିନି ନୂଆ କେନ୍ଦ୍ରକୁ ବାଛିଲେ ୨୩,୦୦୦ ୟୁପିଏସସି ସିଭିଲ ସେବା (ପ୍ରାରମ୍ଭିକ) ପରୀକ୍ଷାର୍ଥୀ

May 21, 2026

ଦେଶୀ, ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ବନ୍ଦ ପାଇଁ ଡ଼ଇଁଚା ଗ୍ରାମବାସୀଙ୍କ ରାସ୍ତାରୋକ

May 21, 2026
Latest News

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026

ଚାହିଦା ବୃଦ୍ଧି ସମୟରେ ନିରବିଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କରୁଛନ୍ତି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ

May 21, 2026

ଭୁବନେଶ୍ୱର ସମେତ ତିନି ନୂଆ କେନ୍ଦ୍ରକୁ ବାଛିଲେ ୨୩,୦୦୦ ୟୁପିଏସସି ସିଭିଲ ସେବା (ପ୍ରାରମ୍ଭିକ) ପରୀକ୍ଷାର୍ଥୀ

May 21, 2026

ଦେଶୀ, ବିଦେଶୀ ଓ ହାଣ୍ଡିଆ ମଦ ବିକ୍ରି ବନ୍ଦ ପାଇଁ ଡ଼ଇଁଚା ଗ୍ରାମବାସୀଙ୍କ ରାସ୍ତାରୋକ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.