ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଜାରି ହେଲା ଇବୋଲା ସତର୍କତା । ବିମାନ ଯାତ୍ରୀଙ୍କର ହେବ ଥର୍ମାଲ୍ ସ୍କ୍ରିନିଂ । ସେମାନେ କୌଣସି ଇବୋଲା ପ୍ରଭାବିତ ଦେଶକୁ ଯାଇଛନ୍ତି କି ନାହିଁ ଜାଣିବାକୁ, ଯାତ୍ରୀଙ୍କର ୨୧ ଦିନର ଗସ୍ତ ବିବରଣୀ ଯାଞ୍ଚ ହେବ । ବ୍ୟାଙ୍କକରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରହିବ । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । କୌଣସି ଯାତ୍ରୀଙ୍କ ଉପରେ ସନ୍ଦେହ ଉପୁଜିଲେ ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।


