ଭୁବନେଶ୍ଵର : ଅସହ୍ୟ ଗରମ, ଜନଜୀବନ ହନ୍ତସନ୍ତ । ଖରା ତାତି ସହ କଲବଲ କରୁଛି ଗୁଳୁଗୁଳି । ଅଧିକ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ବଢୁଛି ହିଟ୍ ଇଣ୍ଡେକ୍ସ। ଆଉ ଏଥିଯୋଗୁଁ ଝାଳନାଳ ହୋଇପଡୁଛନ୍ତି ରାଜ୍ୟବାସୀ। ଝାରସୁଗୁଡାରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। କେନ୍ଦ୍ରୀୟ ଭାରତ ତଥା ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ରାଜ୍ୟକୁ ପ୍ରବେଶ କରୁଛି।
ସକାଳ ୯ଟା ୩୦ ସୁଦ୍ଧା ଝାରସୁଗୁଡ଼ା ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି। ସେହିପରି ଭୁବନେଶ୍ୱର ୩୨.୬, ବାଲେଶ୍ୱର ୩୨.୪, ପାରାଦୀପ ୩୨.୨, ପୁରୀ ୩୧.୮, ଗୋପାଳପୁର ୨୯.୪ ଡିଗ୍ରୀ ତାପମତ୍ରା ରେକର୍ଡ ହୋଇଛି। କେନ୍ଦ୍ରୀୟ ଭାରତ ତଥା ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ରାଜ୍ୟକୁ ପ୍ରବେଶ କରୁଛି। ଅତ୍ୟଧିକ ଗରମ ପାଇଁ ବାହାରକୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ।


