Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା
ଆଜିର ଖବର

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
BharatNet Phase-3 progress reviewed
BharatNet Phase-3 progress reviewed

ଭୁବନେଶ୍ଵର: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଭାରତ ସଂଚାର ନିଗମ ଲିମିଟେଡ଼ (BSNL)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି “ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ସଂକଳ୍ପକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵାଧୀନ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍ ପ୍ରକଳ୍ପ ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ। ହାଇସ୍ପିଡ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ ଓ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି ସୁଦୃଢ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଡ଼. ମହାଲିଙ୍ଗ ଏହି ସମୀକ୍ଷା ଅବସରରେ କହିଥିଲେ। ଏହି ଯୋଜନା ପାଇଁ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶରେ ପ୍ରାୟ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବ। ବ୍ଲକକୁ ଗୋଟିଏ ୟୁନିଟ ହିସାବରେ ବ୍ଲକ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ, ସେଠାରୁ ପଞ୍ଚାୟତକୁ ଯୋଡି ପଞ୍ଚାୟତ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର କରାଯିବ ଓ ପଞ୍ଚାୟତରୁ ଘରକୁ ଘର ସଂଯୋଗ କରାଯିବ। ଏହି ଯୋଜନା ପାଇଁ ଆବେଦନ କଲାପରେ ଆବେଦନକାରୀଙ୍କୁ ଅପ୍ଟିକାଲ ଫାଇବର ସଂଯୋଗୀକରଣ ଦିଆଯିବ। ଏଥିରେ ଆଦେଦନକାରୀଙ୍କୁ ଟେଲିଫୋନ ଏବଂ ବ୍ରୋଡବ୍ୟାଣ୍ଡ ଯୋଗାଇ ଦିଆଯିବ।

ଏହା ଫଳରେ ଗ୍ରାମୀଣ ଓଡିଶା କୁ ନିରବିଚ୍ଛିନ ଇଣ୍ଟରନେଟ୍ ସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରାଯିବ ଏବଂ “ଭାରତ ନେଟ୍ ପରିଯୋଜନା” ଫେଜ୍-୩ ରେ ଏହାକୁ ଶେଷ କରାଯିବାକୁ ଲକ୍ଷ ରଖାଯାଇଛି। ଏହି ବୈଠକରେ ବିଏସଏନଏଲ ବୋର୍ଡର ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜେସ୍) ପାପା ସୁଧାକର ରାଓ, ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ପ୍ରବନ୍ଧକ ଡି.କେ. ବେହେରା ଏବଂ ଓକାକ (OCAC) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

BharatNet progress reviewed କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ଫେଜ୍-୩ ଭାରତ ନେଟ୍ ପରିଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଧାମୁକ୍ତ ବିଦ୍ୟୁତ ଯୋଗାଣ ପାଇଁ ଓପିଟିସିଏଲ ସବୁ କର୍ମଚାରୀଙ୍କ ଛୁଟି ବାତିଲ

May 24, 2026

ଆଜି ମେ ୨୪ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

May 24, 2026

ମୋହନକୁ ଚିଠି ଲେଖିଲେ ନବୀନ

May 23, 2026

ଟ୍ରିପଲ ମର୍ଡର : ୧୯ ଜଣଙ୍କୁ ଆଜୀବନ

May 23, 2026
Latest News

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026

ବାଧାମୁକ୍ତ ବିଦ୍ୟୁତ ଯୋଗାଣ ପାଇଁ ଓପିଟିସିଏଲ ସବୁ କର୍ମଚାରୀଙ୍କ ଛୁଟି ବାତିଲ

May 24, 2026

ଆଜି ମେ ୨୪ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

May 24, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମାର୍କୋ ରୁବିଓ, ଜାଣନ୍ତୁ କଣ ହେଲା ଆଲୋଚନା

May 24, 2026

ମୋହନକୁ ଚିଠି ଲେଖିଲେ ନବୀନ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.