ଉନ୍ନାଓ: ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଔରସ ଅଞ୍ଚଳରେ ଡ୍ରାଇଭର ନିଦ ଭାଙ୍ଗିଯିବାରୁ ଏକ ଦ୍ରୁତଗାମୀ ସ୍ଲିପର ବସ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ବିହାରର ଜଣେ ପୁଲିସ ଅଧିକାରୀ ଏବଂ ଜଣେ କଏଦୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ବତିଶ ଜଣ ଆହତ ହୋଇଛନ୍ତି। ବସ୍ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା। ମୃତ ଅଧିକାରୀ ରାମଚନ୍ଦ୍ର ବିହାରର ସିୱାନରୁ ଜଣେ କଏଦୀ ଛତ୍ରପାଲଙ୍କୁ ଦିଲ୍ଲୀ ନେଇ ଯାଇଥିଲେ। ସେ ତାଙ୍କ ବୟାନ ରେକର୍ଡ କରି ବିହାର ଫେରୁଥିଲେ। ଦୁର୍ଘଟଣା ପ୍ରାୟ ସକାଳ ୬ଟାରେ ଘଟିଥିଲା । ବସ୍ ଟି ଦିଲ୍ଲୀରୁ ବିହାର ଯାତ୍ରା କରୁଥିଲା।


