Six Dead: ନିର୍ମାଣଧିନ ଏକ ପାଇଖାନା ଟାଙ୍କିରେ ଚାଲିଗଲା ଛଅ ଜଣଙ୍କ ଜୀବନ। ସେମାନଙ୍କ ମଧ୍ୟରେ ଚାରି ଜଣ ଶ୍ରମିକ ଥିବା ବେଳେ ଆଉ ଦୁଇଜଣ ହେଉଛନ୍ତି ପାଇଖାନା ମାଲିକ ଓ ତାଙ୍କ ପୁଅ। ଏହି ଘଟଣାକୁ ସାରା ଜିଲ୍ଲାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାଟି କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଗୌଡାକର୍ଲାଖୁଣ୍ଟା ଗ୍ରାମରେ ଘଟିଛି।
ଘଟଣାରୁ ଜଣାପଡିଛି ଯେ, ଏହି ଗ୍ରାମର ଖୁଟା ପାଳଙ୍କ ଘରେ ଏକ ପାଇଖାନା ନିର୍ମାଣ ଚାଲିଥିଲା। ଏଥିପାଇଁ ଏକ ଟାଙ୍କି ନିର୍ମାଣ କରାଯାଇଥିଲା। ଆଜି ସେଣ୍ଟ୍ରି ଖୋଲିଲା ବେଳେ ପାଇଖାନା ଭିତରେ ଶ୍ବାସରୁଦ୍ଧ ହୋଇ ତିନିଜଣ ମିସ୍ତ୍ରୀ ଜଣେ ଶ୍ରମିକ ଏବଂ ପାଇଖାନା ମାଲିକ ଓ ତାଙ୍କ ପୁଅ ମୃତ୍ୟୁବରଣ କରିଛନ୍ତି। ଆଉ ଜଣେ ଗୁରୁତର ହୋଇଥିବାର ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି।


