Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ

May 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ
‘ଚାଲ ପିରିୟଡ୍ସ ବିଷୟରେ କଥାହେବା’: ବିଶ୍ଵ ଦକ୍ଷତା କେନ୍ଦ୍ରରେ ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏକ ସୁସ୍ଥ ଓ ସଶକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିଚାଳନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ସେମାନେ ପରିବର୍ତ୍ତନର ସୂତ୍ରଧର ହୋଇପାରିବେ। ଭୁବନେଶ୍ୱରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ଆୟୋଜିତ ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’ ଶୀର୍ଷକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅବସରରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି।

ମେ’ ୨୮ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପରିପ୍ରେକ୍ଷୀରେ ବିଶ୍ଵ ଦକ୍ଷତା କେନ୍ଦ୍ରର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ, ସ୍ୱାସ୍ଥ୍ୟପ୍ଲସ୍ ନେଟୱାର୍କ ଏବଂ ଓଡ଼ିଶାଲାଇଭ୍ ପକ୍ଷରୁ ଏହି ଯୁବ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପ୍ରତିଷ୍ଠାନର ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ପ୍ରଶିକ୍ଷକମାନେ ଯୋଗଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଓଓ) ପିନାକୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, “ମାସିକ ଋତୁସ୍ରାବ ବା ପିରିୟଡ୍ସ ନାରୀ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ନେଇ ଏବେ ବି ଆମ ସମାଜରେ ବହୁତ ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି, ଯାହା ଜଣେ ନାରୀର ଜୀବନ ଓ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ହେଉଛି। ଶିକ୍ଷା ଓ ସଚେତନତା ମାଧ୍ୟମରେ ହିଁ ଏହାର ସମାଧାନ ହୋଇପାରିବ। ଆମ ଯୁବପିଢ଼ି ଏଥିରେ ସକ୍ରିୟ ଭୂମିକା ବହନ କରିବେ।”

କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ଵ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ସ୍ଵାଗତ ଭାଷଣ ଦେଇଥିଲେ। ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିବା ସହ ଏହାକୁ ନେଇ ସମାଜରେ ରହିଥିବା ବିଭିନ୍ନ ଭ୍ରାନ୍ତ ଧାରଣା ଦୂର କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବହୁ ଛାତ୍ରୀ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ଅଭିଯାନ ସମ୍ପର୍କରେ ସୂଚନା ଦେଇ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ତଥା ଅଭିଯାନର ଅଧ୍ୟକ୍ଷା ପ୍ରଣତୀ ପରିଡ଼ା କହିଥିଲେ, “ପ୍ରତିମାସରେ ସାରା ପୃଥିବୀରେ ୧୮୦ କୋଟିରୁ ଅଧିକ ମହିଳା ପିରିୟଡ୍‌ସ ଦେଇ ଗତି କରନ୍ତି। ଜଣେ ନାରୀ ତା’ର ଜୀବନକାଳ ମଧ୍ୟରେ ପାଖାପାଖି ୭ ବର୍ଷ କେବଳ ଋତୁସ୍ରାବରେ କାଟିଥାଏ। ତେଣୁ ଋତୁସ୍ରାବ ଜଣେ ନାରୀର ସ୍ଵପ୍ନ, ସମ୍ଭାବନା ଓ ସଫଳତା ଲାଗି ଯେପରି କୌଣସି ପ୍ରକାର ପ୍ରତିବନ୍ଧକ ନହେଉ, ଏହା ହିଁ ଆଜି ସାରା ପୃଥିବୀରେ କରାଯାଉଥିବା ଅଭିଯାନର ମୂଳ ଲକ୍ଷ୍ୟ।”

ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଏକ ସୂଚନା ପୁସ୍ତିକାର ଲୋକାର୍ପଣ କରାଯାଇଥିଲା। ସେହିପରି ଋତୁସ୍ରାବ କ’ଣ ଓ କାହିଁକି, ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା, ଋତୁସ୍ରାବଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବିଷୟ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏଫଆଇ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ନୀଳାମ୍ବର ରଥ ଯୋଗଦେଇଥିଲେ। ବିଶ୍ୱ ଦକ୍ଷତା କେନ୍ଦ୍ରର ଉପନିର୍ଦ୍ଦେଶକ (ପ୍ରଶାସନ) ଶୈଳେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରିୟଙ୍କା ସୁଚରିତା ଉପସ୍ଥାପନ କରିଥିବାବେଳେ ସ୍ମୃତି ରେଖା ବାରିକ, ସୀତାଂଶୁ ଶେଖର ସୂତାର ଏବଂ ସୁଶ୍ରୀସ୍ମିତା ବେହେରା ପରିଚାଳନା କରିଥିଲେ।

ଆଇଏଫଆଇ ଫାଉଣ୍ଡେସନ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଅଭିଯାନର ‘ଅଫିସିଆଲ ପାର୍ଟନର’ ରହିଛି। ସଂଗଠନ ପକ୍ଷରୁ ଗତ ୪ ବର୍ଷ ଧରି ଋତୁସ୍ରାବ ସ୍ୱଚ୍ଛତା ଅଭିଯାନକୁ ବ୍ୟାପକ ଭାବେ ଆୟୋଜନ କରାଯାଉଛି। ଚଳିତବର୍ଷ ଫାଉଣ୍ଡେସନ ପକ୍ଷରୁ ୧୪ଟି ଭାଷାରେ ୫ ଦିନ ଧରି ଏକ ବ୍ୟାପକ ଡିଜିଟାଲ ଅଭିଯାନ ଜାରି ରହିଛି।

ଋତୁସ୍ରାବ ପରିଚ୍ଛନ୍ନତା ସଚେତନତା ସୁସ୍ଥ ଓ ସଶକ୍ତ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୯ ତାରିଖ ଗୁରୁବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଦୟ

July 9, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026
Latest News

ଆଜି ଜୁଲାଇ ୯ ତାରିଖ ଗୁରୁବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଦୟ

July 9, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026

ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.