ଉତ୍ତରପ୍ରଦେଶ : ନିର୍ମାଣାଧୀନ ପୋଲ ଭୁଶୁଡି ୫ ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶର ବେତୱାନ ନଦୀ ଉପରେ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୋଲରେ ଶୋଇଥିବାବେଳେ ପୋଲର ଅଂଶଟି ଭୁଶୁଡି ଯାଇଥିଲା । ତେବେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ରହିଛି । ଏହି ପୋଲଟି କୁରାରାର ମୋର୍କନ୍ଦର ପରସାନିରୁ ନୈଥି ଗ୍ରାମ ପର୍ଯ୍ୟନ୍ତ ବ୍ୟାପିଛି। ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।


