ଟିଟିଲାଗଡ : ଟିଟିଲାଗଡ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଛି । କେଶିଙ୍ଗାରୁ ଟିଟିଲାଗଡ ଅଭିମୁଖେ ଆସିଥିବା ଟ୍ରେନରେ ନିଆ ଲାଗିଛି । ଟ୍ରେନର 5ଟି ବଗିରେ ନିଆଁ ଲାଗିଛି । ଟ୍ରେନ ଟି 5 ନମ୍ବର ପ୍ଲାଟଫର୍ମରେ ଅଟକିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ତେବେ ରିପୋର୍ଟ ଲେଖା ହେବା ଯାଏଁ ଅଗ୍ନିଶମ ବାହିନୀ ପହଞ୍ଚି ପାରିନାହିଁ । ମାତ୍ର ରେଲୱେ ପୋଲିସ ପ୍ଲାଟଫର୍ମ ଖାଲି କରିଛି ।


