ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାମାନ ଦେଖିବାକୁ ମିଳୁଛି । ବେପରୁଆ ଗାଡି ଚାଳନା, ଗତି ଉପରେ ନିୟନ୍ତ୍ରଣ ନ ରଖିବା ଯୋଗୁଁ ସବୁଦିନ ଧନ ଜୀବନ ନଷ୍ଟ ହେଉଛି । ସେମିତି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଦାଦା – ଝିଆରୀ । ମିଳିଥିବା ସୁଚନା ଅନୁସାରେ, ଗଙ୍ଗୁଆ ଓଭର ବ୍ରିଜ ଉପରେ ପୁରୀ କେନାଲ ରୋଡ ଅଭିମୁଖେ ଯିବା ପାଇଁ ଟର୍ଣିଂ କାଟୁଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକଟି କାରକୁ ଧକ୍କା ଦେବାପରେ ପାଖାପାଖି ୫୦୦ମିଟର ଘୋଷାଡି ନେଇଥିଲା। ତେବେ ଏହି ବଡ ସଙ୍କଟରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦାଦା ଏବଂ ଝିଆରୀ । ଧକ୍କା ଦେବା ପରେ ଟ୍ରକଟି ପଳେଇବାକୁ ଉଦ୍ୟମ କରୁଥିବା ବେଳେ ମଞ୍ଚେଶ୍ୱର ଥାନା ପୁଲିସ୍ ଟ୍ରକକୁ ପାହାଳ ପାଖରେ ଧରିଥିଲା। ଏହି ଦୁର୍ଘଟଣାରେ ଦାଦା ଝିଆରି ସୁରକ୍ଷିତ ଥିବା ପୋଲିସ୍ ସୂଚନା ଦେଇଛି ।


