ପାରାଦୀପ: ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରକୁ ବୋମାମାଡ଼। ବାଇକ୍ରେ ୩ଜଣ ଦୁର୍ବୃତ୍ତ ପେଟ୍ରୋଲ ବୋମା ମାଡ଼ କରି ଖସିପଳାଇଛନ୍ତି । ପେଟ୍ରୋଲ ବୋମା ମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। ଦୁଇଟି ମଦ ବୋତଲରେ ପେଟ୍ରୋଲ କିମ୍ବା କୌଣସି ତରଳ ପଦାର୍ଥ ରଖି ବୋମା ମାଡ କରିଥିଲେ । ସନ୍ଧ୍ୟା 6.30 ମଧ୍ୟରେ ଏହି ବୋମା ମାଡ ହୋଇଥିଲା ।


