ଅହମଦାବାଦ: ଆଜି ହାଇଭୋଲେଟେଜ ଆଇପିଏଲ ଫାଇନାଲ ମୁକାବିଲା । ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଓ ଗୁଜରାଟ ଟାଇଟନ୍ସ (ଜିଟି) ମଧ୍ୟରେ ହେବ ଟାଇଟଲ ଲଢେଇ । ଦ୍ଵିତୀୟ ଟ୍ରଫି ଆଶାରେ ଦୁଇ ଟିମ ରହିଛନ୍ତି । ଗତବର୍ଷ ଅହମଦାବାଦରେ ବିଜୟ ମୁକୁଟ ପିନ୍ଧିଥିବାରୁ ଏଥର ବି ସେଠାରେ ଲଗାତାର ଦ୍ବିତୀୟ ଥର ଫାଇନାଲ୍ ଖେଳି ଦ୍ବିତୀୟ ଟ୍ରଫି ହାତେଇବା ଆଶାରେ ଅଛି। ବେଙ୍ଗାଲୁରୁ ପଞ୍ଚମ ଏବଂ ଗୁଜରାଟ ତୃତୀୟ ଥର ଫାଇନାଲ୍ ଖେଳିବ।


