ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଥଣ୍ଡା ପାନୀୟ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି କହିଛନ୍ତି। ଆଜି ମନ କି ବାତ କାର୍ଯ୍ୟକ୍ରମର ୧୩୪ତମ ସଂସ୍କରଣରେ ମୋଦୀ ଏହା କହିଛନ୍ତି । ଏହା ସହିତ ସୁବର୍ଣ୍ଣରେଖା ଆମ୍ବର ମଧ୍ୟ ପ୍ରଶଂସା କରିଛନ୍ତି । ସବୁ ଥର ପରି ଏଥର ମଧ୍ୟ ଦେଶ-ବିଦେଶର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି।


