ମିଆଁମାର: ଉତ୍ତର-ପୂର୍ବ ମିଆଁମାରରେ ଭୟଙ୍କର ବିସ୍ଫୋରଣ ଘଟି ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଓ ପ୍ରାୟ ୭୦ ଜଣ ଆହତ ହୋଇଛନ୍ତି। ଚୀନ୍ ସୀମାଠାରୁ ପ୍ରାୟ ୩ କିଲୋମିଟର ଦକ୍ଷିଣରେ ଥିବା ନାମ୍ହକାମ୍ ଟାଉନସିପ୍ର କୌଙ୍ଗଟୁପ୍ ଗାଁରେ ମଧ୍ୟାହ୍ନ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର କାରଣ ତୁରନ୍ତ ଜଣାପଡିନାହିଁ। ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ବିସ୍ଫୋରଣ ଘଟିଥିବାର ଜଣାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଆହତ ୭୪ ଜଣଙ୍କୁ ଟାଉନସିପ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁ ୧୦୦ରୁ ଅଧିକ ଘର ନଷ୍ଟ ହୋଇଯାଇଥିବା କୁହାଯାଇଛି।


