Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ
ଆଜିର ଖବର

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ
ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

ଭୂବନେଶ୍ବର: କଟକ ଜିଲ୍ଲାର ଅରିଲୋସ୍ଥିତ ଓମଫେଡ଼ ଡାଏରୀଠାରେ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ବିଶ୍ଵ ଦୁଗ୍ଧ ଦିବସ-୨୦୨୬ (World Milk Day) କାର୍ଯକ୍ରମ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷର ଥିମ୍ ରହିଛି ମହିଳା ଚାଷୀଙ୍କୁ ସମ୍ମାନିତ କରିବା। ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବାଙ୍କି-ବାରଙ୍ଗ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଓମ୍ଫେଡ୍ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ କମିଶନର ତଥା ଶାସନ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ, ଓମ୍ଫେଡ୍ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ପ୍ରମୁଖ ମଂଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ଗୋପାଳଙ୍କୁ ମାନ୍ୟବର ମନ୍ତ୍ରୀ ଓ ମଂଚାସୀନ ଅତିଥିମାନେ ପ୍ରୋତ୍ସାହନ ରାଶି ଓ ସମବାୟ ସମିତିରୁ ଋଣ ଯୋଗାଇ ଦେଇଥିଲେ। କେତେକ ସମବାୟ ସମିତିକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ପିଓଏସ୍ ମେସିନ୍ ବଣ୍ଟନ କରାଯାଇଥିଲା।

ଉପସ୍ଥିତ ଗୋପାଳକ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାର ଲକ୍ଷ୍ୟ ରଖି ରାଜ୍ୟ ସରକାର ନୂତନ ଭାବେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହି ଯୁଗାନ୍ତକାରୀ ଯୋଜନାରେ ଗାଈ ଓ ମଇଁଷି ପାଳନ ପାଇଁ ୭୦ ପ୍ରତିଶତ ପର୍ଯନ୍ତ ରିହାତି ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ବିଗତ ଦୁଇ ବର୍ଷରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଗୋପାଳକ ୩୨୬ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏହି କାମଧେନୁ ଯୋଜନା ଅଧିନରେ ମଇଁଷି-ଉଦ୍ଯୋଗ-ବିକାଶ-ଯୋଜନା, ଗୋପାଳନ ଯୋଜନା, ମାଈବାଛୁରୀ ପାଳନ ଯୋଜନା, ଗୋସମ୍ପଦ-ବୀମା-ଯୋଜନା, ଗୋପାଳକଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ, ଘାସଚାଷ ପାଇଁ ପ୍ରୋତ୍ସାହନ ପରି ଅନେକ  ଉପାଦାନ ଅନ୍ତର୍ଭୁକ୍ତ।

ଗତ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ୪ ଲକ୍ଷ ୧୬ ହଜାରରୁ ଅଧିକ ଗୋପାଳକ ଉପକୃତ ହୋଇଛନ୍ତି। ୩୨୬ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ବାହାରୁ ୨୪  ହଜାରରୁ ଅଧିକ ଉଚ୍ଚ ଉତ୍ପାଦନକ୍ଷମ ଗାଈ ଅଣାଯାଇଛି, ଯାହା ଫଳରେ ପ୍ରତିଦିନ ପ୍ରାୟ ୨ ଲକ୍ଷ ୨୪ ହଜାର ଲିଟର ଅତିରିକ୍ତ ଦୁଗ୍ଧ ଉତ୍ପାଦନ ସମ୍ଭବ ହୋଇପାରିଛି।

ଗାଈଗୋରୁଙ୍କ ସୁରକ୍ଷା ସହ ପରିଚାଳନା ଓ ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି-ଲକ୍ଷ୍ଯରେ ନୂତନଭାବେ ଆମ ସରକାର  ‘ଗୋମାତା’ ଯୋଜନା ପ୍ରଣୟନ କରିଛନ୍ତି। ୩୪୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ଏହି ଯୋଜନାରେ ଗୋରୁଗାଈଙ୍କ ଟିକାକରଣ, ରୋଗ ନିୟନ୍ତ୍ରଣ ଓ ଚିକିତ୍ସା ସେବା ଉପରେ ଧ୍ୟାନ ଦିଆଯାଉଛି।

ପ୍ରାଣିକଲ୍ୟାଣ ପ୍ରତି ରାଜ୍ୟ ସରକାର ସର୍ବଦା ସମ୍ବେଦନଶୀଳ। ସହାନୁଭୂତି, ସଂବେଦନଶୀଳତା ଓ ପର୍ଯ୍ଯାବରଣସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ବକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ଯରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ଯୟ–ଅଟକଳରେ ‘ମୁଖ୍ଯମନ୍ତ୍ରୀ ପ୍ରାଣିକଲ୍ଯାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ଯ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କା ପର୍ଯନ୍ତ ଆର୍ଥିକ ସହାୟତା ଦିଆଯାଉଛି। ଏହି ଅର୍ଥ ରାଜ୍ଯର ପ୍ରାୟ ୨୨ ହଜାର  ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ।

‘ମୁଖ୍ଯମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା’ ମାଧ୍ୟମରେ ଗୋ–ଉଦ୍ଯୋଗ ପ୍ରତିଷ୍ଠା ପାଇଁ  ସ୍ଥାୟି–ପୁଞ୍ଜି–ନିବେଶର ୪୦ ରୁ ୫୦ ପ୍ରତିଶତ ଏବଂ ସର୍ବାଧିକ ଏକ କୋଟି ପର୍ଯ୍ଯନ୍ତ ରିହାତି ପ୍ରଦାନ କରାଯାଉଛି। ଏହା ସହ ରାଜ୍ଯ ବାହାରୁ ଗାଈ ଆଣି ଉଦ୍ଯୋଗ ପ୍ରତିଷ୍ଠା କଲେ; ପ୍ରତି ଗାଈର ମୂଲ୍ଯ ବାବଦକୁ ଅଧିକ ୧୫ ପ୍ରତିଶତ ରିହାତି ଦେବାର ବ୍ଯବସ୍ଥା ମଧ୍ୟ ରହିଛି।

ଓମଫେଡ଼ର ଦୈନିକ ଦୁଗ୍ଧ ସଂଗ୍ରହ ଆର୍ଥିକ ବର୍ଷ ୨୦୨୫-୨୬ ରେ ଦୈନିକ ପ୍ରାୟ ୬% ହାରରେ ବୃଦ୍ଧି ପାଇଛି। ବର୍ତମାନ ୪୪୫୫ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ପ୍ରାୟ ଦୈନିକ ୬ ଲକ୍ଷ ୭୦ ହଜାର ଲିଟର ଦୁଗ୍ଧ ଗୋପାଳକ ମାନଙ୍କ ଠାରୁ ସଂଗ୍ରହ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି।

ବିଭିନ୍ନ ଦୁଗ୍ଧ ସଂଘ ମାନେ କିପରି ଅଧିକରୁ ଅଧିକ ସମବାୟ ସମିତି ଗଠନ କରି ଅଧିକ ଦୁଗ୍ଧ ସଂଗ୍ରହ କରି ଲାଭବାନ ହେବେ ସେଥି ପ୍ରତି ଗୁରୁତ୍ବାରୋପ କରାଯାଇଛି। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର marketing ୪% ହାରରେ ବୃଦ୍ଧି ପାଇଛି। ସେହିପରି ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ମାର୍କେଟିଙ୍ଗ ବୃଦ୍ଧି କରାଯିବା ସହ ବଜାରରେ ନୂତନ Milk Product ଯଥା ବାଲଟି ଦହି, UHT ଲସି ,UHT ବଟର ମିଲ୍କ , UHT ଚକୋଲଟେ ସେକ୍, A2 Milk, A2 ଘିଅ  ଆଦି ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଅଛି।

ଆଗାମୀ ଦିନରେ ନୂତନ ପ୍ରକଳ୍ପ ଯଥା ସୋଲାର ପ୍ଳାଣ୍ଟ, ମିଲ୍କ ପାଉଡର ପ୍ଳାଣ୍ଟ ଆଦି ସ୍ଥାପନ କରାଯିବାକୁ ପ୍ରସ୍ତାବ ଅଛି। ଆଗାମୀ ଦିନରେ ଓମଫେଡ଼ ଗୋଖାଦ୍ୟକୁ ଅଧିକରୁ ଅଧିକ ଚାଷୀ ମାନଙ୍କ ପାଖକୁ ପହଞ୍ଚାଇବାକୁ ପଦକ୍ଷେପ ନିଆଯିବ। ଏଥି ସହ  ସବୁ ସ୍ତରରେ କିପରି ସ୍ବଚ୍ଛତା ଅବଲମ୍ବନ କରାଯିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି।

ଏହି କାର୍ଯକ୍ରମରେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଓମଫେଡ଼ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ଶାସନ ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ, ଓମ୍ଫେଡ୍ ନିର୍ଦେଶକ ତଥା ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ମଞ୍ଚରେ ଉପସ୍ଥିତ ଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ଗୋପାଳକ ଏଥିରେ ଯୋଗ ଦେଇଥିଲେ। ଶେଷରେ ଓମ୍ଫେଡ୍ ନିର୍ଦ୍ଦେଶକ ତଥା ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁଗ୍ଧ ଉତ୍ପାଦନ ବିଶ୍ଵ ଦୁଗ୍ଧ ଦିବସ ପାଳିତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ

June 1, 2026

କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲା : ୩ ପୁଲିସ କର୍ମଚାରୀ ନିଲମ୍ବିତ

June 1, 2026

ପୁଣି ବ୍ରହ୍ମପୁରରେ ଯୁବକଙ୍କୁ ଛୁରାମାଡ

June 1, 2026

ମହଙ୍ଗା ମାଡ଼!: ୫ ଟଙ୍କା ବୃଦ୍ଧି ହେଲା କ୍ଷୀର ଦର

June 1, 2026
Latest News

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026

ରାଜସ୍ୱ ଆଦାୟ ବଢାଇବାକୁ ସରକାରଙ୍କ କଡା ନିର୍ଦ୍ଦେଶ

June 1, 2026

କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲା : ୩ ପୁଲିସ କର୍ମଚାରୀ ନିଲମ୍ବିତ

June 1, 2026

ପୁଣି ବ୍ରହ୍ମପୁରରେ ଯୁବକଙ୍କୁ ଛୁରାମାଡ

June 1, 2026

ମହଙ୍ଗା ମାଡ଼!: ୫ ଟଙ୍କା ବୃଦ୍ଧି ହେଲା କ୍ଷୀର ଦର

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.