Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଏସଆଇଆର ଅଭିଯାନ: ଚତୁର୍ଥ ଦିନରେ ୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ
ଆଜିର ଖବର

ଓଡ଼ିଶାରେ ଏସଆଇଆର ଅଭିଯାନ: ଚତୁର୍ଥ ଦିନରେ ୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ

June 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏସଆଇଆର
ରାଜ୍ୟରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲା ଏସଆଇଆର

ଭୁବନେଶ୍ଵର: ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଆରମ୍ଭ ହୋଇଥିବା ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (ଏସଆଇଆର) ଚତୁର୍ଥ ଦିନରେ ପହଁଚିଛି। ଗତ ତିନି ଦିନ ଧରି ବ୍ୟାପକ ଭାବେ ଚାଲିଥିବା ଏହି ଅଭିଯାନରେ ରାଜ୍ୟର କୋଣ-ଅନୁକୋଣରେ ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୦୨ ଜୁନ (ମଙ୍ଗଳବାର) ସନ୍ଧ୍ୟା ୦୭ ଟା ସୁଦ୍ଧା ରାଜ୍ୟରେ ୪୧ଲକ୍ଷ ୬୦ହଜାର ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇ ସାରିଛି। ଚତୁର୍ଥ ଦିନରେ ମଧ୍ୟ ଏହି ପ୍ରକ୍ରିୟା ବେଶ୍ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଶତପ୍ରତିଶତ ସଫଳ କରିବା ପାଇଁ ବୁଥସ୍ତରୀୟ ଅଧିକାରୀ ମାନେ ରାଜ୍ୟର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି। ଘରକୁ ଘର ବୁଲି ଏହି ସ୍ବତନ୍ତ୍ର ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟ ସାରା ୪୫ ହଜାର ୨୫୫ ଜଣ ବୁଥସ୍ତରୀୟ ଅଧିକାରୀ (ବି ଏଲ ଓ)ନିୟୋଜିତ ହୋଇଛନ୍ତି। ବିଏଲ୍ଓମାନେ ପ୍ରତି ଅଞ୍ଚଳରେ ଘର ଘର ବୁଲି ଭୋଟରମାନଙ୍କ ତଥ୍ୟ ସଂଗ୍ରହ କରିବା ସହ ଫର୍ମ ବଣ୍ଟନ କରୁଛନ୍ତି। ଘରକୁ ଘର ପରିଗଣନା ସମୟରେ, ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପୂର୍ବମୁଦ୍ରିତ ପରିଗଣନା ଫର୍ମ (ସଂଲଗ୍ନ-III) ଯୋଗାଇ ଦିଆଯାଉଛି । ଚତୁର୍ଥ ଦିନରେ ୪୧ଲକ୍ଷ ୬୦ହଜାର ଭୋଟର ଙ୍କୁ ବିଏଲଓ ମାନଙ୍କ ଦ୍ବାରା ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ପରିଗଣନା ପୂରଣ ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରୁଛନ୍ତି ଏବଂ ଦ୍ଵିତୀୟ ନକଲରେ ନିଜ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ବୀକୃତି ପତ୍ର ଭାବେ ଫେରସ୍ତ କରାଯାଉଛି,ଯାହାକୁ ଭୋଟର ଭବିଷ୍ୟତ ପାଇଁ ସାଇତି ରଖିବେ ।

ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରେ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ତଥ୍ୟ ପୂରଣ ପରେ ନିଜେ ଅପଲୋଡ ମଧ୍ଯ କରିପାରିବେ। ଏହି ପରିଗଣନା ଫର୍ମ ପୂରଣ ସମୟରେ ଭୋଟରମାନଙ୍କଠାରୁ କୌଣସି ପ୍ରକାରର ଅତିରିକ୍ତ ଦସ୍ତାବିଜ ସଂଗ୍ରହ (ଡକ୍ୟୁମେଣ୍ଟ) କରିବାର ଆବଶ୍ୟକତା ନାହି ବୋଲି ସ୍ପଷ୍ଟ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଏବଂ ସମନ୍ୱିତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ହୋଇଥିବା ୩୩ ହଜାର ୨୬ ଜଣ ବୁଥସ୍ତରୀୟ ଏଜେଣ୍ଟ (ବିଏଲଏ) ମଧ୍ୟ କ୍ଷେତ୍ର ସ୍ତରରେ ବିଏଲ୍ଓମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଚତୁର୍ଥ ଦିନରେ ଏସଆଇଆର କାର୍ଯ୍ୟକ୍ରମର ଅଗ୍ରଗତି ସନ୍ତୋଷଜନକ ରହିଛି ଏବଂ କୌଣସି ଯୋଗ୍ୟ ମତଦାତା ଯେପରି ଏହି ପ୍ରକ୍ରିୟାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

Odisha Voter List Revision Drive ଏସଆଇଆର ଅଭିଯାନ ଫର୍ମ ବଣ୍ଟନ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026

ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଓ ପ୍ରେତ୍ସାହନ

July 23, 2026
Latest News

ଦେଶବ୍ୟାପୀ ମୌସୁମୀ ପରିସ୍ଥିତିର ନିରନ୍ତର ସମୀକ୍ଷା କରୁଛି ଗୃହ ମନ୍ତ୍ରଣାଳୟ

July 24, 2026

ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ: ସକାଳ ୯:୧୫ ରେ ପତାକା ଉତ୍ତୋଳନ

July 24, 2026

“ପେପର୍ ଲିକ୍ ସମ୍ପର୍କରେ ଆଜି କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି”: ଭିଡିଓ ବାର୍ତ୍ତା ଜାରି କଲେ ପ୍ରଧାନମନ୍ତ୍ରୀ

July 24, 2026

ନିର୍ବାଚନୀ ତାଲିମ୍ ପର୍ଯ୍ୟବେକ୍ଷକଙ୍କ ଖୋରଧା ଜିଲ୍ଲା ପରିଦର୍ଶନ ଏବଂ ଏସଆଇଆର କାର୍ଯ୍ୟ ସମୀକ୍ଷା

July 24, 2026

ଆଜି ଜୁଲାଇ ୨୪ ତାରିଖ ଶୁକ୍ରବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

July 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.