ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଧୀନ ସାହାଣିଡ଼ିହ ନିକଟରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଠାତ୍ ନିଆଁ ଲାଗିଯିବା ପରେ ଫ୍ୟାକ୍ଟ୍ରି ପରିସରରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ମିଳିବା ସହିତ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ ପାଇଁ ଜୋରଦାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ମିଳିପାରି ନାହିଁ ।


