Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିଇଆରଟିର ସିଇଇ-୨୦୨୬ ପାଇଁ ଆବେଦନର ଶେଷ ତାରିଖ
ଆଜିର ଖବର

୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିଇଆରଟିର ସିଇଇ-୨୦୨୬ ପାଇଁ ଆବେଦନର ଶେଷ ତାରିଖ

June 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏନସିଇଆରଟିର
୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

ଭୁବନେଶ୍ୱର: ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ପକ୍ଷରୁ ଆୟୋଜିତ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୭ ଜୁନ୍ ୨୦୨୬ ରାତି ୧୧ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଅନଲାଇନ୍ ପଞ୍ଜୀକରଣ ସମ୍ପୂର୍ଣ୍ଣ କରି ନିଜର ଆବେଦନପତ୍ର ଦାଖଲ କରିପାରିବେ।

ଏନ୍ସିଇଆର୍ଟିର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ପରିଚାଳିତ ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ନାମଲେଖା ପାଇଁ ସିଇଇ-୨୦୨୬ ଆୟୋଜିତ ହେଉଛି। ଅଧିକ ସଂଖ୍ୟକ ଯୋଗ୍ୟ ପ୍ରାର୍ଥୀଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିନାହାନ୍ତି ସେମାନଙ୍କୁ ଅତିରିକ୍ତ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ସମୟସୀମା ବୃଦ୍ଧି କରାଯାଇଛି।

ଏନ୍ସିଇଆର୍ଟି ପକ୍ଷରୁ ଘୋଷଣା କରାଯାଇଛି ଯେ, ୮ ଜୁନ୍ ୨୦୨୬ ଠାରୁ ୯ ଜୁନ୍ ୨୦୨୬ ରାତି ୧୧ଟା ୫୫ ମିନିଟ୍ ପର୍ଯ୍ୟନ୍ତ ଆବେଦନପତ୍ରରେ ସଂଶୋଧନ ପାଇଁ ବିଶେଷ ସୁବିଧା ଉପଲବ୍ଧ ରହିବ। ଏହି ଅବଧି ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନ୍ ଆବେଦନପତ୍ରରେ ଦାଖଲ କରିଥିବା ବ୍ୟକ୍ତିଗତ ସୂଚନା ଯାଞ୍ଚ କରି ଆବଶ୍ୟକ ସଂଶୋଧନ କରିପାରିବେ। ଏଥିପାଇଁ ସେମାନଙ୍କୁ ନିଜର ଲଗ୍-ଇନ୍ ବିବରଣୀ ବ୍ୟବହାର କରି ସିଇଇ-୨୦୨୬ ପୋର୍ଟାଲରେ ପ୍ରବେଶ କରିବାକୁ ପଡ଼ିବ।

ଯେଉଁ ପ୍ରାର୍ଥୀମାନେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଆବେଦନପତ୍ରର ଅନ୍ତିମ ଦାଖଲ ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନଙ୍କୁ ସଂଶୋଧିତ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ସମୟସୀମା ଅତିକ୍ରମ ହେବା ପରେ ପଞ୍ଜୀକରଣ କିମ୍ବା ଆବେଦନପତ୍ର ଦାଖଲ ସମ୍ପର୍କିତ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ।

ଏନ୍ସିଇଆର୍ଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆବେଦନର ଶେଷ ତାରିଖ ବୃଦ୍ଧି କିମ୍ବା ସଂଶୋଧନ ସୁବିଧା ସମ୍ପର୍କିତ କୌଣସି ପୃଥକ ସୂଚନା ବ୍ୟକ୍ତିଗତ ଭାବେ ପ୍ରାର୍ଥୀମାନଙ୍କୁ ପଠାଯିବ ନାହିଁ। ତେଣୁ ପରୀକ୍ଷା ସମ୍ବନ୍ଧୀୟ ସର୍ବଶେଷ ସୂଚନା, ବିଜ୍ଞପ୍ତି ଏବଂ ନିର୍ଦ୍ଦେଶାବଳୀ ପାଇଁ ପ୍ରାର୍ଥୀମାନଙ୍କୁ ନିୟମିତ ଭାବେ ସିଇଇ-୨୦୨୬ର ଅଧିକୃତ ୱେବସାଇଟ୍ cee.ncert.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।

ଅନଲାଇନ୍ ଆବେଦନ ଏନସିଇଆରଟି ସିଇଇ-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026
Latest News

ଏସଆଇଆର ସମେତ ସମସ୍ତ ନିଷ୍ପତ୍ତି ପୂର୍ଣ୍ଣ ନିର୍ବାଚନ ଆୟୋଗର ସର୍ବସମ୍ମତ ନିଷ୍ପତ୍ତି: ଇସି

September 23, 2026

୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ ଅଭିଯୋଗ, ଦେଢ଼ଶୁର ଗିରଫ

September 23, 2026

ମନ୍ଥର ହେଲା ଗଭୀର ଅବପାତର ଗତି, ଦକ୍ଷିଣ ଓଡ଼ିଶାରେ ବଢ଼ିଲା ବର୍ଷା ଚିନ୍ତା

September 23, 2026

ନୂଆପଲ୍ଲୀରେ ଚାଞ୍ଚଲ୍ୟ: ପତ୍ନୀଙ୍କୁ ତାୱାରେ ପିଟି ହତ୍ୟା

September 23, 2026

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.