ଭୁବନେଶ୍ଵର : ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ଛୁରା ମାଡ ହୋଇଥିବାର ଅଭିଯୋଗ ହୋଇଛି । ସରକଣା ଅଞ୍ଚଳରେ ପୂର୍ବ ଶତ୍ରୁତାରୁ ଛୁରୀରେ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଗୁରତର ଅବସ୍ଥାରେ ଯୁବକଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।
ଗତ କିଛି ଦିନ ହେବ ରାଜ୍ୟରେ ଅପରାଧର ମାତ୍ରା ବଢି ଚାଲିଛି । ଅପରାଧୀ ମାନେ ଲଗାମଛଡା ହୋଇଯାଇଛନ୍ତି ଯେମିତି। ଆଉ ଗୋଟେ ପଟେ ପୋଲିସରେ ମଧ୍ୟ କାର୍ଯ୍ୟ ବେଶ ସନ୍ଦେହଜନକ ରହୁଛି ।


