ଭୁବନେଶ୍ଵର : ସରକାରୀ ବ୍ୟବହାର ପାଇଁ ଭଡ଼ାରେ ଆସିବ ବୈଦୁତିକ ଯାନ (ଇଭି) । ଭଡ଼ାରେ ନିଯୋଜିତ ଇଭି ଭଡ଼ା ଦେୟକୁ ଧାର୍ଯ୍ୟ କରିଛନ୍ତି ସରକାର । ବ୍ଲକ, ତହସିଲ ସ୍ତରରେ ମାସିକ ଭଡ଼ା ୫୫ ହଜାର ଟଙ୍କା ରହିଥିବାବେଳେ ସ୍ଵତନ୍ତ୍ର ସଚିବ / ନିର୍ଦ୍ଦେଶକ ଜିଲ୍ଲା ସ୍ତର ପାଇଁ ୫୦ ହଜାର ଟଙ୍କା , ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ଜର୍ଜ ଓ ମନ୍ତ୍ରୀଙ୍କ ପାଇଁ ୮୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଭଡ଼ା ଦେୟ ମଧ୍ୟରେ ଚାର୍ଜ ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବ ନାହିଁ । ଇଭି ଚାର୍ଜି ପାଇଁ କିମି ପିଛା ୨ ଟଙ୍କା ହାରରେ ଦେୟ ପ୍ରଦାନ ହେବ । ଏହି ଭଡ଼ା ୨ ବର୍ଷ ପାଇଁ ପ୍ରଯୁର୍ଜ୍ୟ । ପରେ ଏନେଇ ପୁନର୍ବିଚାର କରାଯିବ ।


