ଚେନ୍ନାଇ : ତାମିଲନାଡୁ ରାଜନୀତିରେ ଏବେ ବେଶ ସରଗରମ । ପୂର୍ବତନ ତାମିଲନାଡୁ ବିଜେପି ରାଜ୍ୟ ସଭାପତି କେ. ଅନ୍ନାମଲାଇଙ୍କ ଇସ୍ତଫା ପରେ, ଭାରତୀୟ ଜନତା ପାର୍ଟିକୁ ଲାଗିଲା ଆଉ ଏକ ବଡ଼ ଝଟକା। ତାମିଲନାଡୁ ବିଜେପି ଉପାଧ୍ୟକ୍ଷ ଏବଂ ବରିଷ୍ଠ ନେତା କାରୁ ନାଗରାଜନ ଦଳ ଓ ରାଜ୍ୟ ସଚିବ ସୁମତି ଭେଙ୍କଟେଶ ମଧ୍ୟ ସେମାନଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ସେ ଦୁହେଁ ଅନ୍ନାମଲାଇଙ୍କ ନୂତନ ରାଜନୈତିକ ସଂଗଠନରେ ଯୋଗଦେବାକୁ ତାଙ୍କର ଇଚ୍ଛା ଘୋଷଣା କରିଛନ୍ତି।


