ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଇସିଏଆର–ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଣ୍ଟ ପରିସରରେ ‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାଟିର ଉର୍ବରତା ବଜାୟ ରଖିବା ଉପରେ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଛି। ସେହିପରି, ଭବିଷ୍ୟତ ପିଢ଼ିଙ୍କ ପାଇଁ ସୁରକ୍ଷିତ ଖାଦ୍ୟ ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ମଧ୍ୟ ମତବିନିମୟ କରାଯାଇଛି। କର୍ମଶାଳାରେ ବିଶିଷ୍ଟ ବୈଜ୍ଞାନିକ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟର କୃଷି ବିଭାଗ ପ୍ରତିନିଧି, ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ଚାଷୀମାନେ ଅଂଶଗ୍ରହଣ କରିଛନ୍ତି।


