ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରୁ ପୁଲିସ ଦୁଇ ଶିକାରୀଙ୍କୁ ଗିରଫ କରି ସେମାନଙ୍କ ଠାରୁ ଦୁଇଟି କଲରାପତରିଆ ବାଘର ଛାଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲାର କେଶବା ଜମାଦାର (୩୪) ଓ ଗଞ୍ଜାମର ବୀରା ଜମାଦାର (୪୫)। ମିଳିଥିବା ସୂଚନା ଆଧାରରେ ପୁଲିସ ଉପର ବୁରାତାଲ ଅଞ୍ଚଳରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ଦୁଇଜଣ ଜଙ୍ଗଲ ଆଡ଼କୁ ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କାବୁ ହୋଇଥିଲେ। ସେମାନଙ୍କ ଠାରୁ ଦୁଇଟି ଚିତାବାଘ ଚମଡ଼ା, ଦୁଇଟି ଜୀବନ୍ତ ହାତବୋମା ଓ ଏକ ଖଣ୍ଡାକାତି ଉଦ୍ଧାର ହୋଇଛି।
ପୁଲିସ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ଗତ ମାସରେ ମଧ୍ୟ ଏହି ଅଞ୍ଚଳରୁ ଏକ ଚିତାବାଘ ଚମଡ଼ା ଜବତ ହୋଇଥିବାବେଳେ ତିନି ଜଣ ଶିକାରୀ ଗିରଫ ହୋଇଥିଲେ।


